କଲରାର ସ୍ବାଦ ପିତା ହେଲେ ମଧ୍ୟ ସେଥିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଆମକୁ ନୀରୋଗ ରଖିବାରେ ଏହା କେତେକାଂଶରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍-ସି ମଧ୍ୟ ପ୍ରଚୁର ପରିମାଣରେ ରହିଛି। ତେବେ ଜାଣନ୍ତୁ ଏହାର ସ୍ବାସ୍ଥ୍ୟୋପକାରୀ ଗୁଣ ସମ୍ପର୍କରେ…
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କଲରା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହାର ଆଣ୍ଟି-ଅକ୍ସିଡାଣ୍ଟ୍ ଓ ଆଣ୍ଟି-ଇମ୍ଫ୍ଲାମେଟୋରୀ ଗୁଣ ପାଇଁ ବାହାର ଜୀବାଣୁକୁ ଏହା ଶରୀର ଭିତରକୁ ଯିବାକୁ ଦିଏ ନାହିଁ।
ଏଥିରେ ଭିଟାମିନ୍-ଏ ଥିବାରୁ ଏହା ଶରୀରରେ ଚର୍ମ ଗଠନ କରିଥାଏ। ପ୍ରତିଦିନ କଲରା ଖାଇବା ଆଖି ପାଇଁ ମଧ୍ୟ ମହୌଷଧି ସଦୃଶ କାମ କରେ।
ହାର୍ଟ ଏବଂ ଡାଇବେଟିସ ରୋଗୀମାନେ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ।
ଏଥିରୁ ପ୍ରସ୍ତୁତ ଜୁସ୍ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ।
ଉଚ୍ଚ ରକ୍ତଚାପ, ଆଜ୍ମା ଭଳି ମାରାତ୍ମକ ରୋଗକୁ ଏହା କିଛି ମାତ୍ରାରେ ମଧ୍ୟ କମାଇଥାଏ।
କଲରାରେ କ୍ୟାଲୋରୀ, ଫ୍ୟାଟ୍ ଏବଂ କାର୍ବୋହାଇଡ୍ରେଟ୍ ରହିଛି, ଯାହା ଶରୀରର ଓଜନକୁ ସନ୍ତୁଳିତ ରଖେ। ଏହା ସହ ଯକୃତରୁ ବାଇଲ୍ ଏସିଡ୍ କ୍ଷରଣ କରି ମେଟାବୋଲିଜିମ୍ରେ ପରିଣତ କରିଥାଏ।
ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ। ଏହା ଶରୀରରେ ଆଲର୍ଜି ହେବାକୁ ଦିଏନାହିଁ। ଶରୀରରେ ଯଦି କ୍ୟାନ୍ସର୍ କୋଷ (ସେଲ୍) ବୃଦ୍ଧିକୁ କେତେକାଂଶରେ ରୋକିବାରେ ସକ୍ଷମ ହୋଇଥାଏ କଲରା।
କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ ଓ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରେ।