ଉପକାରୀ ସ୍ନେକ୍‌ ପ୍ଲାଣ୍ଟ

ସ୍ନେକ୍‌ ପ୍ଲାଣ୍ଟ, ବହୁଳ ବ୍ୟବହୃତ ଇନ୍‌ଡୋର ପ୍ଲାଣ୍ଟ। ଏହା ଏୟାର ପ୍ୟୁରିଫାୟର୍‌ ପ୍ଲାଣ୍ଟ ହେବା ସହ ଘର ଭିତରେ ଖୁବ୍‌ କମ୍‌ ଯତ୍ନରେ ଦୀର୍ଘଦିନ ଧରି ବଞ୍ଚତ୍ ରହିଥାଏ। ଏହି ଗଛର ବୃଦ୍ଧି ପାଇଁ ବେଶି ପାଣି ଆବଶ୍ୟକ ହୁଏ ନାହିଁ। ମୁଖ୍ୟତଃ ଘରର ସାଜସଜ୍ଜା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଏହା କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧିକରେ ତାହା ନୁହେଁ, ଘରର ବାସ୍ତୁ ସମସ୍ୟାକୁ ମଧ୍ୟ ଠିକ୍‌ କରିବାରେ ଅନେକ ସାହାଯ୍ୟ କରିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି: ଏହା ଘର ଭିତରର ବାୟୁକୁ ଶୁଦ୍ଧ କରିବା ସହ ଅକ୍ସିଜେନ୍‌ ଲେଭଲକୁ ବଢ଼ାଇ ଦେଇଥାଏ। ଘରକୁ ସୁଖ, ଶାନ୍ତି ଆଣିବା ସହ ସମୃଦ୍ଧିର ମାର୍ଗ ଖୋଲି ଦେଇଥାଏ। ତା’ସହ ଘରକୁ ପ୍ରବେଶ କରୁଥିବା ନକାରାତ୍ମକ ଊର୍ଜାକୁ ନଷ୍ଟ କରିବାରେ ବି ଏହା ଅନେକ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ସ୍ନେକ୍‌ ପ୍ଲାଣ୍ଟ କ୍ୟାନ୍‌ସର ସୃଷ୍ଟି କରୁଥିବା ପ୍ରଦୂଷଣକୁ ମଧ୍ୟ ବାୟୁମଣ୍ଡଳରୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ଅନ୍ୟପକ୍ଷେ ଶରୀରର କୌଣସି ସ୍ଥାନ କୁଣ୍ଡାଇ ହେଉଥିଲେ କିମ୍ବା ଫୁଲିଯାଇଥିଲେ, ସେହି ସ୍ଥାନରେ ଏହି ଗଛର ପତ୍ରକୁ ବାଟି ଲେପ ଦେଲେ ଅନେକାଂଶରେ ଉପକାର ମିଳିଥାଏ ବୋଲି ବିଶ୍ୱାସ ରହିଛି।