ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ଆବାସ ଯୋଜନା ହିତାଧିକାରୀ

ନବରଙ୍ଗପୁର,୧୨।୫(ବି.ପ୍ର.):  ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। କେତେକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି, ତଦାରଖର ଅଭାବ ଓ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ଯୋଗୁ ଅନେକ ଜନ ହିତକର ଯୋଜନାର ସୁଫଳ ମିଳୁନି। ନବରଙ୍ଗପୁର ବ୍ଲକ ଚଟାହାଣ୍ଡି ପଞ୍ଚାୟତ ସଦର ଅଞ୍ଚଳରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଆବାସ ଯୋଜନାରେ ହିତାଧିକାରୀ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ଅନୁଦାନ ସହ କାର୍ଯ୍ୟାଦେଶ ପାଇଲେ। ଏହାପରେ ଅନୁଦାନ ମିଳିବା ଦୁର କଥା ଏବେ ଉକ୍ତ ଜମିରୁ ଓହରି ଯିବାକୁ କହୁଛନ୍ତି। ଏହାକୁ ନେଇ ହିତାଧିକାରୀ ଚିନ୍ତାରେ ଥିବା ଅଭିଯୋଗ କରିଛନ୍ତି। ସମସ୍ୟା ନେଇ ୮ ହିତାଧିକାରୀ ଚଳିତ ବର୍ଷ ଜାନୁୟାରୀ ୧୭ ରେ ରାସ୍ତାରୋକୋ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି।
ଚଟାହାଣ୍ଡିର ପଟେଲ କୁମ୍ଭାର ଏବଂ ପଦ୍ମା କୁମ୍ଭାର ଦୁଇଙ୍କୁ ୨୦ ହଜାର ଟଙ୍କା ପ୍ରଥମ କିସ୍ତି ସହ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ୨୦୧୮-୧୯ ବର୍ଷରେ ଦିଆଯାଇଛି। ଦୁହେଁ ଲିଣ୍ଟେଲ ଲେବେଲ ପର୍ଯ୍ୟନ୍ତ ଗୃହ ନିର୍ମାଣ କଲେ। ହେଲେ ଦ୍ୱିତୀୟ କିସ୍ତି ଅନୁଦାନ ଆସିଲା ନାହିଁ। ଏ ନେଇ ବ୍ଲକ ଓ ପଞ୍ଚାୟତରେ ପଚାରି ବୁଝିଥିଲେ। ସେତେବେଳେ ଯେଉଁ ସ୍ଥାନରେ ଘର ନିର୍ମାଣ ହେଉଛି ତାହା ସରକାରୀ ଜମି। ଏ ନେଇ ଆଉ ଆନୁଦାନ ମିଳୁନାହିଁ ବୋଲି ସେତେବେଳେ କୁହାଗଲା। ଦୀର୍ଘ ୪୦ ବର୍ଷ ହେବ ଘର ନିର୍ମାଣ ସ୍ଥାନରେ ପରିବାର ସହ ରହି ଅସୁଥିଲେ। କାର୍ଯ୍ୟାଦେଶ ପାଇବା ପରେ ଘର ତୁରନ୍ତ ତିଆରି କରିବା ପାଇଁ କହିଲେ। ଘର କାମ ଏବେ ଯାହାବି ହୋଇଛି ଦିତୀୟ କିସ୍ତି ମିଳିଯାଇ ଥାଆନ୍ତା। ଧାର କରଜ କରି ଘର କାମ କଲେ। ଏବେ ଯେତେ ଜଣାଇଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ପଦ୍ମା କହିଛନ୍ତି। କୁମ୍ଭାର ପରିବାର ହୋଇଥିବାରୁ ବିଭିନ୍ନ ମାଟି ପାତ୍ର ତିଆରି କରି ହାଟ, ବଜାରରେ ବିକ୍ରି କରି ପରିବାର ଚଳାନ୍ତି। ଏଥିରୁ କରଜ ଟଙ୍କା ଶୁଝିବା କଷ୍ଟକର ହେଲାଣି ବୋଲି ସେ କହିଛନ୍ତି। ଦ୍ୱିତୀୟ କିସ୍ତି ଟଙ୍କା ମଧ୍ୟ ମିଳୁ ନ ଥିବାରୁ ଘର ଅଧା ନିର୍ମାଣ ଅବସ୍ଥାରେ ରହିଛି। ସେହିଭଳି ମତାଇ ଭାତରାଙ୍କୁ ମଧ୍ୟ ୩ ବର୍ଷ ହେଲା କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେ ମଧ୍ୟ ସରକାରୀ ଜମିରେ ଘର କରି ରହିଥିବାରୁ ସେଠାରେ ଘର ତିଆରି କରି ରହିପାରିବେ ନାହିଁ ବୋଲି କୁହାଗଲା। ଫଳରେ ସେ ଘର ତିଆରି କରିପାରି ନ ଥିବା କହିଛନ୍ତି। ସରକାର ଭୂମିହୀନଙ୍କୁ ଘରଡିହ ଯୋଗାଉଥିବା ବେଳେ ଏମାନେ ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଯୋଗାଇବା ପୂର୍ବରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇଥାଏ। ଏ ନେଇ ସର୍ଭେ ମଧ୍ୟ କରାଯାଉଛି। ହିତାଧିକାରୀ ଚୟନ ପରେ ଦିନ ଧାର୍ଯ୍ୟ କରି ନିର୍ବାଚିତ ପ୍ରତିନିଧି ତଥା ଏମ୍‌ପି, ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ଜଣେ ହିତାଧିକାରୀଙ୍କ ସମସ୍ତ ଜମିଜମା କାଗଜ ପତ୍ର ଦେଖିବା ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ଦାୟିତ୍ୱ ରହୁଛି। ସମସ୍ତ ଯାଞ୍ଚ ପରେ ସରକାରଙ୍କ ବିଭିନ୍ନ ନିୟମାବଳୀ ଅନୁଯାୟୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି। ତେବେ ଏଠାରେ ହିତାଧିକାରୀଙ୍କୁ ସରକାରୀ ଜମି କହି ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଉନାହିଁ। ତେବେ କାଗଜପତ୍ର ଯାଞ୍ଚବେଳେ ଏ ସବୁ କାହିଁକି ସ୍ପଷ୍ଟ ହୋଇପାରୁନି ତାହାକୁ ନେଇ ପ୍ରଶ୍ନ ଉଠିଛି। ଚଟାହାଣ୍ଡି ପଞ୍ଚାୟତ ସଦର ଏକ ରାଜସ୍ବ ଗାଁ ହୋଇଥିବା ବେଳେ ୨୯ଟି ପଡ଼ା ଗାଁ ରହିଛି। ଏହି ପଞ୍ଚାୟତରେ ୩ ବର୍ଷ ମଧ୍ୟରେ ୪୦ ହିତାଧିକାରୀଙ୍କ ଘର ଆଧାପନ୍ତରିଆ ପଡ଼ିଛି। ଆବାସ ଗୃହ ନିର୍ମାଣ କାର୍ଯ୍ୟରେ ମଧ୍ୟସ୍ଥି ମାନଙ୍କ ହସ୍ତକ୍ଷେପ ଓ ପ୍ରଶାସନିକ ପରିଚାଳନାରେ ତ୍ରୁଟି ଯୋଗୁ ହିତାଧିକାରୀମାନେ ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି। ଏ ନେଇ ଜିଲାପାଳ ଓ ଡିଆର୍‌ଡିଏ ପିଡି ଗୁରୁତ୍ୱ ଦେବାକୁ ଦାବି ହେଉଛି। ତେବେ ଜିଓ ଟ୍ୟାଗ୍‌ ଦାୟିତ୍ୱରେ ଥିବା ଗ୍ରାମ ରୋଜଗାର ସେବକ ଜଗବନ୍ଧୁ ଭତରାଙ୍କୁ ପଚାରିବାରୁ ସେ କହିଛନ୍ତି, ପଟେଲ କୁମ୍ଭାର, ପଦ୍ମା କୁମ୍ଭାର ଓ ମତାଇ ଭତରା ଯେଉଁ ସ୍ଥାନରେ ଘର କରି ରହିଛନ୍ତି ତାହା ସରକାରଙ୍କ ଖାତାରେ ଗୋଚର ଜମି ଭାବେ ରହିଛି । ସେଥିପାଇଁ ଅନୁଦାନ ପାଇବା ଓ ଘର ନିର୍ମାଣରେ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟତ୍ର ପଞ୍ଚାୟତ ଅଧୀନରେ ଏ ପର୍ଯ୍ୟନ୍ତ ୪୦ ଘର ଆଧା ନିର୍ମାଣ ହୋଇପଡ଼ିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା...

ଭସାଣିବେଳେ ଛୁରାମାଡ଼: ଜଣେ ନାବାଳକଙ୍କ ଚାଲିଗଲା ଜୀବନ

ନବରଙ୍ଗପୁର,୧୫।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହରରେ ଛୁରାମାଡ଼l ଦୁର୍ଗା ମା’ଙ୍କ ଭସାଣିବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବିଳମ୍ବିତ ରାତିରେ ଗଣ୍ଡଗୋଳ। ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ...

ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ...

ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣା: ନିଯୁକ୍ତପତ୍ର ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ, ବିଇଓ ଅଫିସ ସମ୍ମୁଖରେ ଧାରଣା

ଝରିଗାଁ,୭।୧୦(କିଶୋର ଚନ୍ଦ୍ର ମଣ୍ତଳ): ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣାରେ ନିଯୁକ୍ତପତ୍ର ପାଇଥିବା ନୂତନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସମ୍ପୃକ୍ତ ଗ୍ରାମରେ ରହିଥିବା...

ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଚକ

ପାପଡାହାଣ୍ଡି, ୩।୧୦(ସ୍ବପ୍ନଜିତ ପଟ୍ଟନାୟକ): କୋଡ଼ିଙ୍ଗାରୁ ଜଣେ ରୋଗୀଙ୍କୁ ଛାଡ଼ି ଫେରିବା ବେଳେ ୧୦୮ ଆମ୍ବୁଲାନ୍ସର ବାମ ପଟ ଆଗ ଚକ ଭାଙ୍ଗି ଯାଇଥିଲା। ସୌଭାଗ୍ୟ ବଶତଃ...

୭୦ ଜଣଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଚଳୁ

ନବରଙ୍ଗପୁର/ଡାବୁଗାଁ,୩।୧୦(ସଦାଶିବ ପ୍ରହରାଜ/ ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପାପଡ଼ାହାଣ୍ଡି ବ୍ଲକ ମାନିଗାଁ ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନୀ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ...

୪ରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

 ନବରଙ୍ଗପୁର ,୩।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମିଳିତ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଆସନ୍ତା ୪ରେ ୧୨ ଘଣ୍ଟିଆ   ନବରଙ୍ଗପୁର  ଜିଲା ବନ୍ଦ ଡାକରା ଦିଆଯାଇଛି। ଏ...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri