
ଥୁଆମୂଳ ରାମପୁର ୨୮।୨(ଦୁର୍ଗା କୀର୍ତ୍ତି): ପଞ୍ଚାୟତକୁ ପିଡିଏସ ଡାଉଳ ଆଣିବା ପାଇଁ ଯାଇ ଗରିବ ହିତାଧିକାରୀ ବାଟରେ ଗାଡି ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରୁଥିବା ଘଟଣା ପୁଣି ସାମ୍ନାକୁ ଆସିଛି । ଏଭଳି ଏକ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମର
ମୋହନଗିରି ଠାରେ।
ସୂଚନା ମୁତାବକ ଶୁକ୍ରବାର ଅପରାହ୍ନ ସମୟରେ ନାକରୁଣ୍ଡି ଗ୍ରାମ ପଞ୍ଚାୟତ ଅଧିନସ୍ଥ କେଲୁଆ ଗ୍ରାମର ଜଳଧର ବାଗ ( ୬୩) ଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବାବେଳେ ଉକ୍ତ ଗ୍ରାମର ଆଉ ସାତ ଜଣ ଗୁରୁତର ହୋଇ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଜଳଧର ବାଗ ଚାଉଳ ଆଣିବା ନିମନ୍ତେ ନାକରୁଣ୍ଡି କୁ 0R08G4211 ର ୪୦୭ ଗାଡି ଯୋଗେ ଯାଇ ଫେରୁଥିବା ସମୟରେ ମୋହନଗିରୀ ଗ୍ରାମ ନିକଟ ମଶାଣି ପାଖ ତଥା ସ୍କୁଲ ସାମ୍ନାରେ ଭାରସାମ୍ୟ ହରେଇ ଗାଡିଟି ଓଲଟି ପଡିଥିଲା। ଯାହାଫଳରେ ଗାଡିରେ ବସିଥିବା ଲୋକଙ୍କ ମଧ୍ୟରୁ ଜଣେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ୭ ଜଣ ଆହତ ହୋଇଥିଲେ l ଦୁର୍ଘଟଣାର ଖବର ପାଇଁ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ସମେତ କର୍ଲାପାଟ ଥାନା ଏଏସଆଇ ଅଜୟ ନାୟକ ପହଞ୍ଚି କେସ ନମ୍ବର ୬/୨୫ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି ।