କର୍ଲାମୁଣ୍ଡା,୮।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମର ହିତାଧିକାରୀମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟକୁ ପିଡ଼ିଏସ୍ ଚାଉଳ ଆଣିବାକୁ ଯାଇଥିବା ବେଳେ ଜୋରାଡବରା ଗ୍ରାମର କେତେକ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୁଶୁର୍ଲା ଗ୍ରାମବାସୀ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଯାତ୍ରୀ ବାହୀ ବସ୍, ଟ୍ରକ ସହ ଯାନବାହନ ଅଟକି ରହିଛି। ଫଳରେ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଠି ହୋଇଛି। ଖବର ପାଇ ଘଟଣା ସ୍ଥଳରେ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ମ. ରାମପୁର ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମାଧାନ ହେଇପାରି ନାହିଁ।