ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ହିତାଧିକାରୀଙ୍କୁ ଆଉ ୪ ମାସ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ହିତାଧିକାରୀଙ୍କୁ ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏ ମାଗଣା ଚାଉଳ ମିଳିବ। ମୁଣ୍ଡ ପିଛା ମାସକୁ ୫ କେଜି ମାଗଣା ଚାଉଳ ଦିଆଯିବ। ଏଥିରେ ୯ ଲକ୍ଷ ୧୫ ହଜାର ହିତାଧିକାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ୬୮ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ରାଜ୍ୟ ସରକାର କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି।

Share