ହିତାଧିକାରୀଙ୍କୁ ମିଳିବ ଆଗୁଆ ୪ ମାସର ଭତ୍ତା

ଭୁବନେଶ୍ୱର,୧।୯(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନା ହିତାଧିକାରୀମାନେ ୪ ମାସର ଆଗୁଆ ଭତ୍ତା ପାଇବେ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ଆଗୁଆ ଟଙ୍କା ହିତାଧିକାରୀଙ୍କୁ ମିଳିବ। ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୋମବାର ସୂଚନା ଦେଇଛନ୍ତି।

Share