ସାକ୍ଷୀଗୋପାଳ,୩।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ରାଜ୍ୟରେ ଗରିବଙ୍କ ନିମନ୍ତେ ସମସ୍ତ କଚ୍ଚାଘରକୁ ପକ୍କାଘର କରି ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ‘ମୋ ଘର ଯୋଜନା’ କରିଛନ୍ତି। ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ଏହି ଯୋଜନାର ସୁବିଧା ନେବା ପାଇଁ ହିତାଧିକାରୀଙ୍କ ଆଖିଦୃଶିଆ ସଂଖ୍ୟା ଛୁଇଁପାରିନାହିଁ। ସୂଚନା ଅନୁସାରେ ସତ୍ୟବାଦୀ ବ୍ଲକରେ ଗତ ୨ ମାସ ମଧ୍ୟରେ ୩୬୭୦ଜଣ ମୋ ଘର ଯୋଜନା ପାଇଁ ଅନଲାଇନ୍ରେ ରେଜିଷ୍ଟ୍ରେଶନ କରିଥିବା ବେଳେ ୩୩୧୫ଜଣଙ୍କ ଆବେଦନ ପତ୍ର ବ୍ଲକ ପ୍ରଶାସନର ହସ୍ତଗତ ହୋଇଛି। ୫୮୬ ଜଣଙ୍କ ଆବେଦନ ପତ୍ରକୁ ଯାଞ୍ଚ କରାଯାଇ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି। ୩୦ଟି ଆବେଦନ ପତ୍ରକୁ ବିଭିନ୍ନ କାରଣରୁ ବିଡିଓ ରଦ୍ଦ କରିଛନ୍ତି। ଅନ୍ୟପଟେ ମୋ ଘର ଯୋଜନା ପାଇଁ ହୋଇଥିବା ଗାଇଡ୍ଲାଇନ୍ ପ୍ରକ୍ରିୟା ଓ ବ୍ୟାଙ୍କ ଋଣ ଦେବା ପାଇଁ ସୃଷ୍ଟି ହେଉଥିବା ସମସ୍ୟା ଯୋଗୁ ଏହି ଯୋଜନାରେ ଅଧିକ ଲୋକ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବା କେତେଜଣ ହିତାଧିକାରୀ କହିଛନ୍ତି। ଏପଟେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ହିତାଧିକାରୀ କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥିବା କଂକ୍ରିଟ ଘରେ ବାସ କରୁଥିବେ। ପୂର୍ବରୁ ସରକାରଙ୍କ କୌଣସି ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇ ନଥିବେ, ପରିବାରର ମାସିକ ଆୟ ୨୫ହଜାର ଟଙ୍କାରୁ କମ୍ ଥିବ, ପରିବାରରେ ୪ଚକିଆ ଯାନ ନଥିବ, କେହି ସରକାରୀ କର୍ମଚାରୀ କିମ୍ବା ପେନସନ୍ଭୋଗୀ ହୋଇ ନଥିବେ, ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଯାଇ ଏହି ଯୋଜନାରେ ଋଣ ଓ ସବସିଡି ପାଇବା ପାଇଁ ଯୋଗ୍ୟ ହୋଇପାରିବେ।
ସେହିଭଳି ଏହି ଯୋଜନାରେ ୪ଟି ସ୍ତରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହିତାଧିକାରୀ ଋଣ ନେଇପାରିବେ। ଏଥିରେ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି/ ଜନଜାତି/ ଦିବ୍ୟାଙ୍ଗ ମୁଖ୍ୟ ପରିବାର ପାଇଁ ଭିନ୍ନ ସବସିଡି ମିଳିବ। ୧ ଲକ୍ଷ ଟଙ୍କାର ଋଣ ନେଲେ ସାଧାରଣ ବର୍ଗଙ୍କୁ ୩୦ ହଜାର, ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗଙ୍କ ପାଇଁ ୪୦ ହଜାର। ୧.୫ ଲକ୍ଷ ଟଙ୍କାର ଋଣ ପାଇଁ ୪୫ ଓ ୫୫ ହଜାର। ୨ ଲକ୍ଷ ପାଇଁ ୬୦ ଓ ୭୦ ହଜାର ଟଙ୍କା ସବସିଡିରେ ମିଳିବ। ଘର ନିର୍ମାଣ ସମୟରେ ୨ ଓ ୩ଟି ପର୍ଯ୍ୟାୟରେ ଏହି ଅର୍ଥ ଦିଆଯିବ। ହିତାଧିକାରୀ ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ବର୍ଷରେ ଋଣ ପରିଶୋଧ କରିବେ। ମାସିକ କିସ୍ତି ମାଧ୍ୟମରେ ଋଣ ଶୁଝିବେ। ୧୦ବର୍ଷରୁ କମ୍ ସମୟରେ ବି ଋଣ ଶୁଝିପାରିବେ। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ମଞ୍ଜୁର ପାଇଁ କୌଣସି ପ୍ରୋସେସିଂ ଫି ନେବେନି ଏବଂ ବନ୍ଧକ ସମୟରେ ଆବଶ୍ୟକ ପଞ୍ଜୀକରଣ ଶୁଳ୍କ ଓ ଷ୍ଟାମ୍ପ ଡିଉଟି ଛାଡ଼, ସବରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଆବଶ୍ୟକ ଦସ୍ତାବିଜ ସମ୍ବନ୍ଧୀୟ ନକଲ, ଇସି ଇତ୍ୟାଦି ପାଇଁ ଦେୟ ମଧ୍ୟ ସରକାର ଛାଡ଼ କରିଛନ୍ତି। ଏହାସତ୍ତ୍ୱେ ଏହି ଯୋଜନା ପାଇଁ ହିତାଧିକାରୀଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖାଯାଉ ନ ଥିବା ଜଣାପଡ଼ିଛି। ଏ ନେଇ ବିଡିଓ ଲୋଚନ ଦାଶ କହିଛନ୍ତି, ଉକ୍ତ ଯୋଜନା ମାଧ୍ୟମରେ କିଭଳି ଅଧିକରୁ ଅଧିକ ହିତାଧିକାରୀ ସାମିଲ ହେବେ ଓ ଋଣ କ୍ଷେତ୍ରରେ ସରଳୀକରଣ କରିବା ପାଇଁ ସ୍ଥାନୀୟ ବ୍ୟାଙ୍କ ସମୂହକୁ କୁହାଯାଇଛି।

ହଠାତ୍ ଅନ୍ଧାର ହୋଇଗଲା ଭୁବନେଶ୍ୱର, ମାଡ଼ି ଆସିଲା ଝଡବର୍ଷା
ଭୁବନେଶ୍ୱର,୧୨।୪: ଅଚାନକ ଅନ୍ଧାର ହୋଇଗଲା ଭୁବନେଶ୍ବର। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଗର୍ଜନ କରୁଛି ମେଘ। ତେବେ ବିଜୁଳି ଘଡଘଡି...

ଅପମାନର ପ୍ରତିଶୋଧ ନେବା ସବୁଠାରୁ ବଡ଼ ଅସ୍ତ୍ର ହେଉଛି…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

ସକାଳ ନା ସଂଧ୍ୟା କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ? ଜାଣନ୍ତୁ…
ଅଧିକାଂଶ ଲୋକ ଫିଟ ରହିବାକୁ ଚାହାଁନ୍ତି। ଓଜନ ହ୍ରାସ କରିବା, ଶରୀରକୁ ପରଫେକ୍ଟ ଆକାରରେ ରଖିବା କିମ୍ବା ଚାପରୁ ମୁକ୍ତି ପାଇବା ବିଷୟରେ ଅନେକେ ଜିମ୍...

ରାସ୍ତାରେ ହାତ ଯୋଡ଼ି ଏମିତି ନିବେଦନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୧୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ରାଜ ରାସ୍ତାରେ ଜଣେ ସାଧାରଣ ନାଗରିକଙ୍କୁ କିଛି ନିବେଦନ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି।...

ସାଇଡ୍ ଦେବାକୁ ଯାଇ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାର ଏସ୍ ବୁଲାଣୀରେ ନାୟକ ଆଣ୍ଡ ନାୟକ ନାମକ...

ଚୈତ୍ର ମହୋତ୍ସବରେ ଦେବୀଙ୍କ ନଗର ପରିକ୍ରମା
ରିଷିଡ଼ା,୧୨ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଚୈତ୍ର ମହୋତ୍ସବ ଆରମ୍ଭ ହୋଇଛି। ଶନିବାର ଦେବଦେବୀଙ୍କ ନିଶାଣ...

ଗଞ୍ଜେଇ ଚାଲାଣ କରୁଥିଲେ, ୩ ଆଇଆର୍ବି ଯବାନଙ୍କୁ ବହିଷ୍କୃତ କଲେ ବୌଦ୍ଧ ଏସ୍ପି, ଗିରଫ ପରେ କୋର୍ଟଚାଲାଣ
ବୌଦ୍ଧ,୧୨।୪(ଅଜିତ କୁମାର ବାରିକ): ବୌଦ୍ଧ ଜିଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେଶନ ପାଇଁ ବାରାକ୍ରେ ଆଇଆର୍ବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି...

ମା’କୁ ବଳାତ୍କାର ଅଭିଯୋଗରେ ଜେଲ ଯାଇଥିଲେ ସାନ ଭାଇ: ନିର୍ଦୋଷରେ ଖଲାସର ୬ ମାସପରେ ପିଟିପିଟି ମାରିଦେଲେ ବଡ଼ ଭାଇ
ବେଗୁନିଆପଡ଼ା,୪।୧୨(ସୁଶାନ୍ତ କୁମାର ପଟ୍ଟନାୟକ): ଜେଲ ଫେରନ୍ତା ସାନ ଭାଇକୁ ପିଟିପିଟି ହତ୍ୟା କଲେ ବଡ଼ ଭାଇ। ପୂର୍ବରୁ ଜନ୍ମ କଲା ମା’କୁ ବଳାତ୍କାର ଅଭିଯୋଗରେ ଜେଲ...