୧୦ଟଙ୍କା ଦେଇ ମାଗଣା ଚାଉଳ ନେଲେ ହିତାଧିକାରୀ

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ବ୍ୟାଘାତ ଯୋଗୁ ପ୍ରତ୍ୟେକ ୧୦ଟଙ୍କା ଲେଖାଏଁ ଦେଇ ମାଗଣା ଚାଉଳ ସଂଗ୍ରହ କଲେ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ। ଏଭଳି ଏକ ଘଟଣା ଘଟିଛି ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତରେ। ସୂଚନା ଅନୁଯାୟୀ, ଗଇଲୋ ଗ୍ରାମର ଗରିବ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଚାଉଳ ପ୍ରଦାନର କାର୍ଯ୍ୟକ୍ରମ ରହିଥିଲା। ୧୦ଟାରୁ ଚାଉଳ ପ୍ରଦାନ କରାଯିବ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପୂର୍ବରୁ ସୂଚନା ଦେଇଥିଲେ। ଗ୍ରାମର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଧାର୍ଯ୍ୟ ସମୟ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୋଦାମରେ ତାଲା ପଡିବା ସହ ଚାଉଳ ବିତରଣ ଦାୟିତ୍ୱରେ ଥିବା ଯୋଗାଣ ସହାୟକ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ହିତାଧିକାରୀ ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଯୋଗାଣ ସହାୟକ ଏକଲବ୍ୟ ପ୍ରଧାନ ସେଠାରେ ପହଞ୍ଚିି ଥିଲେ। ମାତ୍ର ବିଦ୍ୟୁତ୍‌ ସରବରାହ ବିଛିନ୍ନ ଥିବାରୁ ସେ ଅପେକ୍ଷା କରିବା ପାଇଁ ହିତାଧିକାରୀଙ୍କୁ କହିଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ହିତାଧିକାରୀଙ୍କ ଧର୍ଯ୍ୟଚ୍ୟୁତିି ଘଟିବା ସହ ସେମାନେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ବିଳମ୍ବରେ ପହଞ୍ଚିିଥିବାରୁ ଏଥିପାଇଁ ସମ୍ପୃକ୍ତ ଯୋଗାଣ ସହାୟକଙ୍କୁ ଦାୟୀ କରିଥିଲେ। ଏହାପରେ ପ୍ରତ୍ୟେକ ହିତାଧିକାରୀ ୧୦ ଟଙ୍କା ଲେଖାଏଁ ଦେଲେ ଜେନେରେଟରର ବ୍ୟବସ୍ଥା କରାଯିବ ଓ ସମସ୍ୟାର ସମାଧାନ ହୋଇଯିବ ବୋଲି ଯୋଗାଣ ସହାୟକ ପ୍ରଧାନ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଯାତାୟତ ପାଇଁ ଯାନ ବାହାନର ସୁବିଧା ନ ଥିବାରୁ ପିକଅପ ଭ୍ୟାନ ଭଡାକରି ପ୍ରାୟ ୬କି.ମି. ଦୂରରୁ ଆସିଥିବା ଉଭୟ ମହିଳା ଓ ପୁରୁଷ ହିତାଧିକାରୀ ତାଙ୍କ କଥାରେ ରାଜି ହେବାସହ ପ୍ରେତ୍ୟକଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ କରି ଭଡାରେ ଏକ ଜେନେରେଟର ଆଣିଥିଲେ। ଏହାପରେ ଚାଉଳ ବିତରଣ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଯୋଗାଣ ସହାୟକଙ୍କ ମତାମତ ଲୋଡିବାରୁ, ବ୍ୟକ୍ତିଗତ କାମରେ ଅନ୍ୟ ଏକ ଗ୍ରାମକୁ ଯାଇଥିବାରୁ ୧୨ଟାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବୋଲି ସ୍ବୀକାର କରିବାସହ ଲାଇନ ନ ଥିବାରୁ ଚାଉଳ ବିତରଣ ହୋଇପାରି ନ ଥିଲା ବୋଲି କହିଥିଲେ। ହିତାଧିକାରୀଙ୍କ ଠାରୁ ସେ ୧୦ ଟଙ୍କା ଲେଖାଏଁ ଆଦାୟ କରିଥିବା ଅଭିଯୋଗକୁ ଅସ୍ବୀକାର କରିବା ସହ ବରଂ ହିତାଧିକାରୀ ମାନେ ନିଜେ ୧୦ ଟଙ୍କା ଲେଖାଏଁ ଠୁଳ କରି ଜେନେରେଟରର ବ୍ୟବସ୍ଥା କରିଥିଲେ ଓ ଏହାପରେ ଚାଉଳ ବିତରଣ କରାଯାଇଥିଲା ବୋଲି ସେ ସଫେଇ ଦେଇଛନ୍ତି। ଅନ୍ୟ ପକ୍ଷରେ ଝରାଗୋଗୁଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ହେମନ୍ତ ସାହୁଙ୍କୁ ପଚାରିବାରୁ , ଯୋଗାଣ ସହାୟକ ମଧ୍ୟାହ୍ନ ୧୨ଟାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବୋଲି କହିଥିଲେ। ମାତ୍ର ସେ ହିତାଧିକାରୀଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ କରିଥିବା ନେଇ ତାଙ୍କ ନିକଟରେ କେହି ଅଭିଯୋଗ କରି ନ ଥିବା ସେ କହିଛନ୍ତି। ତେବେ ମତାମତ ପାଇଁ ତିଲେଇବଣି ବ୍ଲକ ବିଡିଓ ପ୍ରିୟଦର୍ଶୀନି ମୀର୍ଦ୍ଧାଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲା । ମାତ୍ର ସେ କଲ୍‌ ରିସିଭ୍‌ କରୁ ନ ଥିବାରୁ ତାଙ୍କ ମତାମତ ମିଳି ପାରିନାହିଁ। ତେବେ ଦେବଗଡ ଜିଲାପାଳ ନିଜେ ଏ ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର ଧକ୍କାରେ ବାଟୋଇଙ୍କ ମୃତ୍ୟୁ

ବ୍ରହ୍ମପୁର, ୨୯।୩( ସୁବାସ ଚନ୍ଦ୍ର ପାଢ଼ୀ): ମରଣଜନ୍ତା କୁହାଯାଉଥିବା ଜାତୀୟ ରାଜପଥ ଖଜୁରିଆ ବାଇପାସରେ ଶନିବାର ଏକ କାର ଧକ୍କାରେ ଜଣେ ବାଟୋଇଙ୍କ ଜୀବନ ଚାଲିଯାଇଛି।...

ଧାମନଗର ଓକିଲ ସଂଘ ନିର୍ବାଚନ, ୭ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ

ଧାମନଗର , ୨୯।୩ (ଦେବେନ୍ଦ୍ର ଆନ୍ଦିଆ): ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଅନୁସାରେ ଚଳିତ ମାର୍ଚ୍ଚ ମାସ ଶେଷ ଶନିବାର ଅର୍ଥାତ ୨୯ ତାରିଖ ଦିନ...

ରାୟଗଡା ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ

ରାୟଗଡା, ୨୯।୩(ଭାଗ୍ୟଶ୍ରୀ ମିଶ୍ର): ୨୦୨୫-୨୬ ନିର୍ବାଚନ ପାଇଁ ରାୟଗଡା ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିପାଇଁ ଶନିବାର ଦିନ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି।...

ପଦ୍ମପୁର ଓକିଲ ସଂଘ ନିର୍ବାଚନ: ରାମରତନ ସଭାପତି, ଚିନ୍ମୟ ସମ୍ପାଦକ ଭାବେ ନିର୍ବାଚିତ

ପଦ୍ମପୁର,୨୯ା୩(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାମରତନ ପୁରୋହିତ...

ବାର ଆସୋସିଏଶନର ନିର୍ବାଚନ: ଚନ୍ଦ୍ରଶେଖର ସଭାପତି, ବୀରେନ୍ଦ୍ର ସମ୍ପାଦକ

ଫୁଲବାଣୀ, ୨୯ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ବାର ଆସୋସିଏଶନର ନିର୍ବାଚନ ଶନିବାର ଶେଷ ହୋଇଛି । ସଭାପତି ଭାବେ ଚନ୍ଦ୍ରଶେଖର ପରିଡା, ଉପସଭାପତି ଦିଲ୍ଲୀପ କୁମାର...

ଓକିଲ ସଂଘ ନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦% ମତଦାନ

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା କୋର୍ଟ ପରିସରରେ ଖୋର୍ଦ୍ଧା ଜିଲା ଓକିଲ ସଂଘର ମତାମତ ଚାଲିଛି। ୩୬୧ ମତଦାତା ରହିଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦%...

୧୯ ପଦବୀ ପାଇଁ ମଇଦାନରେ ୩୬ ପ୍ରାର୍ଥୀ

ବାଲେଶ୍ୱର,୨୯ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ୧୯ ପଦବୀ ପାଇଁ ୩୬ ଜଣ...

ଗ୍ରାମୀଣ ମହିଳା ସଶକ୍ତିକରଣ ମଡେଲ ଦେଖିଲେ ତ୍ରିପୁରାର ୩୦ ଜଣିଆ ଟିମ୍‌: କଲେ ପ୍ରଶଂସା

ଛତ୍ରପୁର, ୨୯।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାକୁ ତ୍ରିପୁରା ରାଜ୍ୟର ୩୦ ଜଣିଆ ସଦସ୍ୟଙ୍କ ଟିମ ବୁଲିବାକୁ ଆସିଥିଲେ। ବିଶେଷକରି ଗଞ୍ଜାମ ଜିଲାରେ ଚାଲିଥିବା ଗ୍ରାମୀଣ ମହିଳା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image