Advertisement

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। ଏହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ। କିନ୍ତୁ ମାଠିଆ ପାଣି ଶରୀର ପାଇଁ ସର୍ବୋତ୍ତମ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। ମାଠିଆ ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ହୋଇଥିବାରୁ ଏହି ପାଣି ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ। ତେବେ ମାଠିଆ ପାଣି ପିଇବାର ଅନେକ ଲାଭ ବିଷୟରେ ଆସନ୍ତୁ ଜାଣିବା ।

*ମାଠିଆ ପାଣି ପିଇବା ଦ୍ବାରା ପେଟ ଥଣ୍ଡା ରହିବା ସହ ପାଚନ କ୍ରିୟା ସଠିକ ଭାବେ ହୋଇଥାଏ। ଏଥିସହ ବଦହଜମୀ ଏବଂ ଅମ୍ଳ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

*ମାଠିଆ ପାଣି ପିଇବା ଦ୍ବାରା ଶରୀରରେ ହରମୋନ ସ୍ତର ନିୟନ୍ତ୍ରିତ ରହିଥାଏ । ଏହା ଦ୍ବାରା ମେଟାବୋଲିଜିମ (ଶରୀରର ବୃଦ୍ଧିକାରୀ ଓ ଶକ୍ତି ଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା) ସଠିକ୍‌ ରହିଥାଏ ।

* ମାଠିଆ ପାଣିରେ ରୋଗ ପ୍ରତିରୋଧକ ଶକ୍ତି ଭରପୁର ମାତ୍ରାରେ ରହିଥାଏ। ମାଠିଆରେ ଥିବା ବିଶେଷ ତତ୍ତ୍ବ ପାଣିର ଅଶୁଦ୍ଧତା ଦୂର କରିଥାଏ । ଏଥିସହ ମାଠିଆ ପାଣି ଶରୀରକୁ ଆବଶ୍ୟକୀୟ ମିନେରାଲ୍ସ ମଧ୍ୟ ପ୍ରଦାନ କରିଥାଏ। ଫଳରେ ଥଣ୍ଡା, କାଶ ଏବଂ ଗଳା ସମସ୍ୟା ଭଳି ରୋଗ ହୋଇ ନ ଥାଏ। କେବଳ ସେତିକି ନୁହେଁ ମାଠିଆ ପାଣି ଅଂଶୁଘାତରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ଖରାଦିନେ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଜଳଛତ୍ରରେ ପାଣି ପାଇଁ ମାଠିଆର ବ୍ୟବହାର କରାଯାଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel