ସଜନା ଶାଗ ଆମ ଦେହ ପାଇଁ ବହୁ ଉପକାରୀ। କ୍ଷୀରଠାରୁ ଏଥିରେ ୪ ଗୁଣ ଅଧିକ କ୍ୟାଲସିୟମ ଓ ଅଧିକ ଦୁଇଗୁଣ ପ୍ରୋଟିନ୍ ରହିଛି। ଗାଜରଠାରୁ ୪ ଗୁଣ ଅଧିକ ଭିଟାମିନ ‘ଏ’ ରହିଛି। କଦଳୀଠାରୁ ୫୦ ଗୁଣ ଅଧିକ ଭିଟାମିନ ‘ବି-୨’ ଓ ୩ ଗୁଣ ଅଧିକ ଫସ୍ଫରସ ରହିଛି।
ସଜନା ଶାଗରେ ପ୍ରଚୁର ପରିମାଣର ଆଇରନ ରହିଛି। ଯାହା ହିମୋଗ୍ଲୋବିନ ମାତ୍ରା ବଢ଼ାଏ। ରକ୍ତହୀନତା ଦୂର କରେ। ଏଥିରେ ଭିଟାମିନ୍ ‘ଇ’ ମଧ୍ୟ ରହିଛି।
ଦିନକୁ ଥରେ ମାତ୍ର ୫୦ ଗ୍ରାମର ସଜନା ଶାଗ କିମ୍ବା ୧୦୦ ଗ୍ରାମର ସଜନା ଛୁଇଁ ଖାଇଲେ ଶରୀରକୁ ଅନେକ ପୋଷଣ ମିଳିଥାଏ।
ଫଳରେ ଏହା ରକ୍ତହୀନତା, ହାଡ଼ ଦୁର୍ବଳତା, ଦୁର୍ବଳ ମାଂସପେଶୀ, କମ୍ ଦୃଷ୍ଟିଶକ୍ତି ଓ ମାନସିକ ବିକାଶ ପାଇଁ ଅନେକ ଲାଭଦାୟକ।
କରୋନା ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସଜନା ଶାଗ ସର୍ବୋତ୍ତମ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।