ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀର ପାଇଁ କେତେ ଉପକାରୀ ତାହା ସବୁବେଳେ ଜାଣି ରଖିବା ଭଲ । ସେଥିପାଇଁ କୁହାଯାଏ ନିତିଦିନିଆ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦେଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବେ । ମହୁ ଆମେ ଘରେ ଘରେ ବ୍ୟବହାର କରିଥାଉ ସତ । ହେଲେ ଏହାର କିଛି ଲାଭ ବିଷୟରେ ହୁଏତ ଅନେକ ଲୋକ ଜାଣି ନ ଥିବେ । ଆୟୁର୍ବେଦ ଅନୁଯାୟୀ, ଡାଳିମ୍ବ ରସରେ ମହୁ ମିଶାଇ ପିଇଲେ ଶରୀରର ଭିତର ଅଂଶ ସୁସ୍ଥ ରହିଥାଏ । ସେହିପରି ମହୁ ସହ ଡାଲଚିନି ଗୁଣ୍ଡ ମିଶାଇ ଖାଇଲେ ଏହା ଶ୍ୱାସ ସମ୍ପନ୍ଧୀୟ ଦୋଷକୁ ଠିକ୍ କରିଥାଏ । ଗୋଲମରିଚ ସହ ମହୁ ଖାଇଲେ ଥଣ୍ଡା ସର୍ଦ୍ଦି ଭଳି ସମସ୍ୟା ଠିକ୍ ହୋଇଥାଏ । ସୁଖିଲା ଚର୍ମରେ ମହୁସହ ଆଭାକାଡୋ ରସ ମିଶାଇ ଲଗାଇବାର ୧୫ ମିନିଟ୍ ପରେ ଧୋଇଦେଲେ ଲାଭ ମିଳିଥାଏ ।