ଲେମ୍ବୁପାଣିର ଉପକାରିତା

ଲେମ୍ବୁ ପାଣି କେବଳ ଖରାଦିନ ନୁହେଁ ,ପ୍ରତିଦିନ ପିଇଲେ ବି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସୁନ୍ଦର ଚେହେରା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲେମ୍ବୁ ବହୁତ ଉପକାରୀ। ପ୍ରତିଦିନ ଲେମ୍ବୁପାଣି ସେବନ କଲେ ଆମକୁ କ’ଣ କ’ଣ ଉପକାର ମିଳିବ ଜାଣନ୍ତୁ ସେ ସମ୍ପର୍କରେ –

ରୋଗ ପ୍ରତିରୋଧକ ଶକ୍ତି ବଢାଏ। ଯେଉଁମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମ୍‌ ଥାଏ, ସେମାନେ ପ୍ରତିଦିନ ବ୍ୟାୟାମ ପରେ ଲେମ୍ବୁ ପାଣି ପିଇବା ଆବଶ୍ୟକ। ଏହାଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳେ ଓ ହାଲିଆ ଲାଗି ନ ଥାଏ।
ଦୂର କରିବାରେ ମଧ୍ୟ ଲେମ୍ବୁପାଣି ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଲେମ୍ବୁପାଣି ପିଇଲେ ମେଦ ବା ଶରୀରର ଚର୍ବି ଅଂଶ କମିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି, ଯାହାକି ଅକ୍ସିଡେଶନ୍‌ ପ୍ରକ୍ରିୟାଦ୍ୱାରା ଶରୀର ମଧ୍ୟସ୍ଥ କୋଷିକାକୁ ହେଉଥିବା କ୍ଷତିଠାରୁ ରକ୍ଷା କରିଥାଏ।
ପାଟିରୁ ଦୁର୍ଗନ୍ଧ ବାହାରୁ ଥାଏ, ସେମାନଙ୍କ ପାଇଁ ଲେମ୍ବୁପାଣି ଅତ୍ୟନ୍ତ ଲାଭଦାୟକ। ଏହା ପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆଗୁଡିଙ୍କୁ ନଷ୍ଟ କରିଦିଏ।
ମୁହଁରେ ଚମକ୍‌ ଆଣିବା ଓ ମସୃଣ କରିବାରେ ବି ସାହାଯ୍ୟ କରିଥାଏ। ଲେମ୍ବୁରସକୁ ଫେସ୍‌ୱାଶ୍‌ ଭାବେ ବ୍ୟବହାର କଲେ ମୁହଁରେ ଥିବା ଡେଡ୍‌ସେଲ ବାହାରି ଯାଇଥାଏ।
ଭୋକ ନ ହେବା ସମସ୍ୟା ଥାଏ। ସେମାନେ ଲେମ୍ବୁପାଣି ପିଇବା ଉଚିତ। ଏହା ପାଚନ ପ୍ରକ୍ରିୟାକୁ ତୀବ୍ର କରିଥାଏ ଓ ଭୋକ ବଢାଇଥାଏ।
କିଡ୍‌ନୀ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଯଦି ପ୍ରାଥମିକ ପର୍ଯ୍ୟାୟରେ କିଡ୍‌ନୀ ବା ପେଟରେ ଷ୍ଟୋନ୍‌ ଥାଏ, ତେବେ ଲେମ୍ବୁପାଣି ପିଇବା ଦ୍ୱାରା ଏଥିରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଷ୍ଟୋନ୍‌୍‌କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ଏବଂ ପେଟ କଟା ମଧ୍ୟ ଦୂର ହୁଏ।