Categories: ଜାତୀୟ

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ୪ ନୁହେଁ, ୮ ଜଣଙ୍କୁ ଗୁଳି ମାରିବାର ଥିଲା

କୋଲକାତା,୧୪।୪: ପଶ୍ଚିମବଙ୍ଗର କୁଚବିହାର ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁପରେ ପଶ୍ଚିମବଙ୍ଗର ରାଜନୀତି ସରକଗରମ ହୋଇପଡିଛି। ଏହି ଘଟଣାକୁ ନେଇ ଭାଜପା ଏବଂ ତ୍ରୁଣମୂଳ କଂଗ୍ରେସ ମଧ୍ୟ ଆରୋପ-ପ୍ରତ୍ୟାରୋପ ଚାଲିଛି। ଏବେ ନେତା ରାହୁଲ ସିହ୍ନା ଏହି ପ୍ରସଙ୍ଗରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ସିଆଇଏସଏଫକୁ ଚାରି ନୁହେଁ ବରଂ ଆଠ ଜଣଙ୍କୁ ଗୁଳି କରିବା ଉଚିତ୍‌ ଥିଲା। ସେ ଏକ ରାଲିରେ କହିଛନ୍ତି, ସୀଲଚକୁଚୀରେ ୪ ନୁହେଁ ବରଂ ୮ ଜଣଙ୍କର ମୃତ୍ୟୁ ହେବାର ଥିଲା। କେନ୍ଦ୍ରୀୟ ବଳକୁ ଏବିଷୟରେ କାରଣ ଦର୍ଶାଅ ନୋଟିସ ପଠାଇବା ଉଚିତ୍‌ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର କୁଚବିହାର ଜିଲାର ମଥାଭଙ୍ଗା ବ୍ଲକର ୧୨୬ ନମ୍ବର ବୁଥରେ ଆନନ୍ଦ ବର୍ମନ ନାମକ ଭାଜପା ସମର୍ଥକ ଭୋଟ ଦେବାକୁ ଆସିଥିଲେ। ସେଠାରେ ସେ ହତ୍ୟାର ଶିକାର ହୋଇଥିଲେ। ମୃତକଙ୍କ ପରିବାର ଲୋକେ ହତ୍ୟା ପଛରେ ଟିଏମସିକୁ ଦାୟୀ କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଆଉ ସିଆଇଏସଏଫ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଗୁଳି ଚଳାଇଥିଲା ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

Share