Categories: ଜାତୀୟ

ମତଦାନ ପୂର୍ବରୁ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା: ୮ ଗିରଫ

କୋଲକତା,୧।୪: ପଶ୍ଚିମବଙ୍ଗରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। କିନ୍ତୁ ମତଦାନ ପୂର୍ବରୁ କେଶପୁରରେ ତୃଣମୂଳ କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ସେ ହେଉଛନ୍ତି ଉତ୍ତମ ଦୋଲାଇ(୪୦ ବର୍ଷ)। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଭାଜପା କାର୍ଯ୍ୟକର୍ତ୍ତାମାନେ ଉତ୍ତମଙ୍କୁ ତାଙ୍କ ଘରେ ଆକ୍ରମଣ କରିଥିବା ଟିଏମ୍‌ସି ଅଭିଯୋଗ କରିଛି। ସୂଚନାଯୋଗ୍ୟ, କେଶପୁରରେ ଥିବା ହରିହରଚାକ ଅଞ୍ଚଳରେ ଉତ୍ତମଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୮ଜଣଙ୍କୁ ଗିରଫ କରିଛି।

Share