ଗୋମୂତ୍ର ପିଇଲେ ଭଲ ହେବ କରୋନା: ଏମିତି କହୁଥିବା ଭାଜପା ନେତା ନିଜେ କରୋନାରେ ସଂକ୍ରମିତ

କୋଲକାତା,୧୭ ।୧୦: ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ତଥା ଏମ୍‌ପି ଦିଲ୍ଲିପ ଘୋଷ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି ଘୋଷଙ୍କୁ ସାମାନ୍ୟ ଜ୍ୱର ଥିଲା । ଏହାପରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ଏବେ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କର ଅକ୍ସିଜେନ ଲେବଲ ଠିକ୍ ଥିବାରୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଡାକ୍ତର କହିଛନ୍ତି । ଗତ ଦୁଇ ଦିନ ହେବ ସେ ଜ୍ୱରରେ ପୀଡ଼ିତ ଥିଲେ । ସୂଚନାଯୋଗ୍ୟ, ପୂର୍ବରୁ କରୋନା ଭାଇରସ ସଂକ୍ରମଣକୁ ନେଇ ଘୋଷ ଯେଉଁ ବିବାଦୀୟ ବୟାନ ଦେଇଥିଲେ ସେଥିପାଇଁ ସେ ଆସିଥିଲେ ଚର୍ଚ୍ଚାକୁ । ସେ କହିଥିଲେ ଗୋମୂତ୍ର ପିଇଲେ କରୋନା ଭାଇରସ ସହ ଶରୀରରେ ଥିବା ସମସ୍ତ ଭାଇରସ ସହ ଲଢିବାକୁ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇଯିବ । ଏହାକୁ ନେଇ ଏକ ଭିଡିଓ ବି ଘୋଷଙ୍କର କିଛିଦିନ ତଳେ ଭାଇରାଲ ହୋଇଥିଲା । ହେଲ ଏବେ ସେ ନିଜେ କରୋନାରେ ସଂକ୍ରମିତ ହେବା ଅନ୍ୟମାନଙ୍କ ପାଇଁ ପ୍ରଶ୍ନ କରିବାକୁ ସୁଯୋଗ ଦେଇଛି ।

Share