କୋଲକାତା,୨୨।୧୦: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପରେ କୋଭିଡ ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଇଛି। ଫଳରେ ସୋମବାରଠାରୁ ପୁଣି ଥରେ କ୍ୱାରାଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ଶୁକ୍ରବାର କୋଲକାତାରେ ୧୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସପ୍ତାହେ ପରେ ସେଠାରେ ଦୈନିକ ସଂକ୍ରମଣ ୨୪୨ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରୁ ୧୫୦ ଜଣ ସମ୍ପୂର୍ଣ୍ଣ ଟିକା ନେଇଥିବା ବେଳେ ୧୫ ଜଣ ଗୋଟିଏ ଡୋଜ୍ ନେଇଛନ୍ତି। ଦୁର୍ଗାପୂଜା ବେଳେ ଦୋକାନ ବଜାର ଓ ପୂଜା ପେଣ୍ଡାଲଗୁଡ଼ିକରେ ପ୍ରବଳ ଗହଳି ହୋଇଥିଲା। ଅଧିକାଂଶ ଲୋକେ ମାସ୍କ ପରିଧାନ କରି ନ ଥିବା ଦେଖିବାକୁ ମିଳିଥିଲା। କଟକଣା କୋହଳ ହେବାରୁ ସଂକ୍ରମଣ ବଢ଼ିଲା ବୋଲି କୋଲକାତା ମ୍ୟୁନିସିପାଲ କର୍ପୋରେଶନର ସ୍ବାସ୍ଥ୍ୟ ଅଧିକାରୀ ଅତିନ ଘୋଷ କହିଛନ୍ତି।