Categories: ଜାତୀୟ

‘ପାଇଲଟ୍‌ଙ୍କ ଯୋଗୁ ମୁଁ ଆଜି ଜୀବିତ ଅଛି’

କୋଲକାତା,୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ ଶୁକ୍ରବାର ବାରାଣସୀରୁ ଫେରୁଥିବା ବେଳେ ଦୁର୍ଘଟଣାରୁ ରକ୍ଷା ପାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ସେ କହିଛନ୍ତି, ହଠାତ୍‌ ତାଙ୍କ ବିମାନ ଆଗରେ ଆଉ ଏକ ବିମାନ ଆସିଲା, ତାଙ୍କ ବିମାନ ୮ ହଜାର ଫୁଟ ତଳକୁ ଖସିଗଲା। କିନ୍ତୁ ପାଇଲଟଙ୍କ ଦକ୍ଷତା ହେତୁ ମୁଁ ଜୀବିତ ଅଛି। ଖରାପ ପାଗ ଯୋଗୁ ଏହା ଘଟିଥିବାର ସେ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇଥିଲା ଯଦି ୧୦ ସେକେଣ୍ଡ ବିଳମ୍ବ ହୋଇଥାନ୍ତା, ତେବେ ଏକ ବଡ ଦୁର୍ଘଟଣା ହୋଇଥାନ୍ତା। ଏହି ଘଟଣାରେ ତାଙ୍କ ପିଠି ଓ ଛାତିରେ ଆଘାତ ଲାଗିଛି ଏବଂ ସେ ଏବେ ମଧ୍ୟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ସେ କହିଛନ୍ତି।
ପଶ୍ଚିମବଙ୍ଗ ସରକାର ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟରୁ ଏକ ରିପୋର୍ଟ ମାଗିଥିଲେ। ଏ ପର୍ଯ୍ୟନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ ଏବଂ ଡିଜିସିଏ ପକ୍ଷରୁ କୌଣସି ରିପୋର୍ଟ ଗ୍ରହଣ କରାଯାଇ ନାହିଁ।

Share