Categories: ଜାତୀୟ

ପଶ୍ଚିମବଙ୍ଗକୁ ଦୁର୍ଯ୍ୟୋଧନ, ଦୁଃଶାସନ ଦରକାର ନାହାନ୍ତି

ନୂଆଦିଲ୍ଲୀ,୧୯।୩ : ପଶ୍ଚିମବଙ୍ଗକୁ ଦୁର୍ଯ୍ୟଧନ, ଦୁଶାସନ ଦରକାର ନାହାନ୍ତି। ଏଭଳି କହି ଭାଜପାର ନେତୃତ୍ୱକୁ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବ ମେଦିନିପୁରର ଇଗ୍ରାଠାରେ ଏକ ରାଲିକୁ ସମ୍ବୋଧନ ଦେଇ ସେ କହିଛନ୍ତି, ଆମକୁ ଭାଜପା ଦରକାର ନାହିଁ। ଏହି ଦଳକୁ ବିଦାୟ ଦେବା। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ଦେଖିବାକୁ ଚାହୁଁନା। ଆଉ ଦଙ୍ଗାକାରୀ ଓ ଲୁଟେରା ଆମର ଦରକାର ନାହିଁ। ଆମେ ଦୁର୍ଯ୍ୟଧନ, ଦୁଶାସନ ଓ ମିର ଜାଫରଙ୍କୁ ମଧ୍ୟ ଚାହୁଁନା। ଗଦ୍ଦାର ଓ ଦେଶଦ୍ରୋହୀ ମିର ଜାଫର ଏବେ ଭାଜପାର ପ୍ରାର୍ଥୀ। ଏହା ଗୌରିକ ଦଳର ହତାଶାକୁ ଦର୍ଶାଉଛି।

ଆଉ କଂଗ୍ରେସ ଓ ସିପିଏମ୍‌କୁ ଭାଜପାର ବନ୍ଧୁ ଦଳ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ। ୨୯ ତାରିଖଠାରୁ ଆରମ୍ଭ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ ପର୍ଯ୍ୟାୟ ଅନୁଷ୍ଠିତ ହେବ। ମେ’ ୨ ତାରିଖରେ ଭୋଟଗଣତି ହେବ।

Share