Categories: ଜାତୀୟ

ମଝି ରାସ୍ତାରେ ଧାରଣାରେ ବସିଲେ ଦିଦି: କଲେ ପେଣ୍ଟିଂ

କୋଲକାତା,୧୩।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାସ୍ତା ମଝିରେ ଧାରଣାରେ ବସିଛନ୍ତି। କୋଲକାତାର ମୋୟା ସଡକ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ହ୍ବିଲ ଚେୟାରରେ ବସି ଦିଦି ଧାରଣା ଦେଇଛନ୍ତି। ଏହି ସମୟରେ ସେ ମୁହଁରେ କଳା ରଙ୍ଗର ମାସ୍କ ପିନ୍ଧିବା ସହ ଏକ କଳା ରଙ୍ଗର ଚାଦର ମଧ୍ୟ ପକାଇଛନ୍ତି। ଧାରଣାରେ ବସି ସେ ଭଲ ପେଣ୍ଟିଂ ମଧ୍ୟ କରିଛନ୍ତି। ନିର୍ବାଚନ କମିଶନଙ୍କ ବ୍ୟାନ୍‌କୁ ବିରୋଧ କରି ମମତା ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ସୋମବାର ନିର୍ବାଚନ କମିଶନ ବିବାଦୀୟ ବୟାନ ଦେବା ଅଭିଯୋଗରେ ମମତା ବାନାର୍ଜୀଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ସୋମବାର ରାତି ୮ଟାରୁ ମଙ୍ଗଳବାର ସାରୁ ୮ଟା ଯାଏ ଅର୍ଥାତ୍‌ ୨୪ ଘଣ୍ଟା ରହିବ।

Share