Categories: ଜାତୀୟ

ପଶ୍ଚିମବଙ୍ଗରେ ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ହେଲା ନୂଆ ଡ୍ରେସ କୋଡ୍‌

କୋଲକତା,୨୧।୩: ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂତନ ଡ୍ରେସ କୋଡ ଲାଗୁ କରିବାକୁ ଯାଉଛନ୍ତି। ପଶ୍ଚିମବଙ୍ଗର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପୋଷାକ ନୀଳ ଓ ଧଳା ରଙ୍ଗର ହେବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ପରିକଳ୍ପନା କରିଛନ୍ତି । ନୂତନ ଡ୍ରେସ କୋଡ଼ରେ ସରକାରଙ୍କ ‘ବିଶ୍ୱ ବଙ୍ଗଳା’ ଲୋଗୋ ମଧ୍ୟ ରହିବ ବୋଲି ଜଣାପଡିଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଏହି ନୂତନ ୟୁନିଫର୍ମକୁ ରାଜ୍ୟର ଏମଏସଏମଇ ବିଭାଗ ଯୋଗାଇ ଦେବ । ପ୍ରି-ପ୍ରାଇମେରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାଳକମାନଙ୍କ ପାଇଁ ଧଳା ସାର୍ଟ ଏବଂ ନେଭି ବ୍ଲୁ ପ୍ୟାଣ୍ଟ ଏବଂ ଝିଅମାନଙ୍କର ନେଭି ବ୍ଲୁ ଫ୍ରକ୍‌ ସହିତ ଧଳା ସାର୍ଟ ସହ ରହିବ ସାଲୱାର୍‌ କମିଜ ।ଏହା ସହିତ ବିଶ୍ୱ ବଙ୍ଗଳାର ଲୋଗୋ ପ୍ରତ୍ୟେକ ପୋଷାକର ପକେଟରେ ରହିବ ।

Share