Categories: ଜାତୀୟ

ଟିକାକରଣ ପ୍ରମାଣପତ୍ରରେ ରହିବ ମମତାଙ୍କ ଫଟୋ

କୋଲକାତା,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଏତେ ଶୀଘ୍ର ଥମିବାର ଆଶା ଦିଶୁନାହିଁ। କାରଣ କୋଭିଡ୍‌-୧୯ ଭାକ୍ସିନ ପ୍ରମାଣପତ୍ରରେ ପୂର୍ବରୁ ଥିବା ମୋଦିଙ୍କ ଫଟୋକୁ ହଟାଇ ମମତା ନିଜ ଫଟୋ ଛାପିଛନ୍ତି। ଡୋଜ୍‌ ନେବା ପରେ ହିତାଧିକାରୀଙ୍କୁ ମିଳିବାକୁ ଥିବା ସାର୍ଟିଫିକେଟରେ ମମତାଙ୍କ ଫଟୋ ଦେଖି ଭାଜପା କହିଛି, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେବା ଜାଣିନାହାନ୍ତି। ତୃଣମୂଳ କଂଗ୍ରେସର ଯୁକ୍ତି ହେଉଛି କେବଳ ୧୮-୪୪ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଯିବାକୁ ଥିବା ଟିକା ପ୍ରମାଣପତ୍ରରେ ମମତାଙ୍କ ଫଟୋ ରହିବ। ଏହି ଟିକା ପଶ୍ଚିମବଙ୍ଗ ସରକାର ନିଜସ୍ବ ପାଣ୍ଠିରୁ କିଣୁଛନ୍ତି।

Share