Categories: ଜାତୀୟ

ମୋଦି-ମମତାଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଏହି ଅଭିନେତା

କୋଲକାତା,୭।୧୦: ଜଣାଶୁଣା ବଙ୍ଗଳା ଅଭିନେତା ପ୍ରସନ୍ନଜିତ୍‌ ଚାଟାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି।

ସେହି ଚିଠିରେ ଉଲ୍ଲେଖ ଅଛି ଯେ, ସେ ନଭେମ୍ବର ୩ ତାରିଖରେ ସ୍ବିଗିରେ ଖାଦ୍ୟ ଅର୍ଡର କରିଥିଲେ। କିଛି ସମୟରେ ଖାଦ୍ୟ ଡେଲିଭର କରି ଦିଆଯାଇଥିବା ସୂଚନା ଆସିଥିଲା। କିନ୍ତୁ ତାଙ୍କ ପାଖରେ ଖାଦ୍ୟ ପହଞ୍ଚି ନ ଥିଲା। ଏ ନେଇ ସେ ସ୍ବିଗିରେ ଅଭିଯୋଗ କରିଥିଲେ। ଏହା ପରେ ସ୍ବିଗି ପ୍ରିପେଡ ଯୋଗେ ପାଇଥିବା ଅର୍ଥ ତାଙ୍କୁ ଫେରାଇ ଦେଇଥିଲା। ତାଙ୍କ ଭଳି ଅନ୍ୟମାନେ ବି ଏଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ସେ ଏହି ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଚାହିଁଛନ୍ତି ବୋଲି ପ୍ରସନ୍ନଜିତ ଲେଖିଛନ୍ତି।

 

Share