Categories: ଜାତୀୟ

ବାପା, ମା’, ଭଉଣୀଙ୍କୁ ହତ୍ୟା କରି ପୋତି ଦେଇଥିଲେ ଘରେ

କୋଲକାତା,୧୯।୬: ବାପା, ମା’, ଭଉଣୀ ଓ ଜେଜେମା’ଙ୍କ ହତ୍ୟା ମାମଲାରେ ପୋଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ(ଅସିଫ)ର ସାନ ଭାଇ ଅରିଫ ମହମ୍ମଦ ଶୁକ୍ରବାର ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି।

ଫେବୃୟାରୀ ୨୮ରେ ବାପା ମା’, ଭଉଣୀ ଓ ଜେଜେମା’ଙ୍କୁ ପାଣିରେ ବୁଢ଼ାଇ ହତ୍ୟା କରିଥିଲେ ବଡ଼ ଭାଇ। ସେମାନଙ୍କୁ ଗୋଡାଉନରେ ପୋତି ଦେଇଥିଲେ। ମୋତେ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲେ, ହେଲେ ମୁଁ ଖସି ପଳାଇବାରେ ସଫଳ ହୋଇଥିଲି। ଭୟରେ ଏତେ ଦିନ ଚୁପ ବସିଥିଲି ବୋଲି ୨୧ ବର୍ଷୀୟ ଅରିଫ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଏବେ ଦୁଇ ଭାଇଙ୍କୁ ପଚରାଉଚୁରା କରୁଛି। ପଡ଼ୋଶୀମାନେ ମଧ୍ୟ ଅସିଫଙ୍କ ବାପା ମା’ଙ୍କୁ ଗତ ୩ରୁ ୪ ମାସ ହେଲା ଦେଖି ନ ଥିବା କହିଛନ୍ତି।

ଏହି ଗଣ ହତ୍ୟାକାଣ୍ଡର ଖବର ପ୍ରଚାରିତ ହେବା ପରେ ଅଭିଯୁକ୍ତଙ୍କ ଘର ପାଖରେ ଲୋକଙ୍କ ଭିଡ଼ ଜମିଛି। ରାଜ୍ୟର ଜଣେ ମନ୍ତ୍ରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି।

Share