Categories: ଫୁରସତ

ଚାଇନା ସୈନ୍ୟଙ୍କ ସହ ମୁହାଁମୁହିଁରେ ଶହୀଦ କର୍ନଲଙ୍କ ନାମରେ ରଖାଗଲା ବାଘ ଶାବକର ନାମ

ହାଇଦ୍ରାବାଦ ନେହେରୁ ଜୁଲୋଜିକାଲ ପାର୍କରେ ଥିବା ବାଘୁଣୀ ଆଶା ତିନୋଟି ଶାବକ ଜନ୍ମ କରିଛି। ସେଥିରୁ ଜଣଙ୍କ ନାମ ସନ୍ତୋଷ ରଖାଯାଇଛି। ତେବେ ଲଦାଖର ଗଲଓ୍ବାନ୍‌ ଘାଟିରେ ଚାଇନା ସୈନ୍ୟଙ୍କ ସହ ମୁହାଁମୁହିଁ ଘଟଣାରେ ସହୀଦ ହୋଇଥିବା କର୍ନଲ ସନ୍ତୋଷ ବାବୁଙ୍କ ନାମରେ ଶାବକର ନାମ ରଖାଯାଇଥିବା ଜଣାପଡ଼ିଛି। ସନ୍ତୋଷଙ୍କୁ ସମ୍ମାନ ଜଣାଇ ବାଘର ନାମ ରଖାଯାଇଥିବା ବେଳେ ଅନ୍ୟ ଦୁଇ ଶାବକଙ୍କ ନାମ ସୂର୍ଯ୍ୟ ଏବଂ ସଙ୍କଳ୍ପ ରଖାଯାଇଛି।

କହିରଖୁଛୁ, ଜୁନ ୧୫ରେ ଗଲଓ୍ବାନ ଘାଟିରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁରେ ୨୦ଜଣ ସୈନ୍ୟ ସହିଦ ହୋଇଥିଲେ। । ତେଲେଙ୍ଗାନାର ସନ୍ତୋଷ ବାବୁ ସହିଦ ହୋଇଥିଲେ। ସେ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ।

Share