ଫେସବୁକ୍‌ରେ ପୋଷ୍ଟ ଲେଖି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କୋଲକାତା: ଫିଲ୍ମଜଗତରୁ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଏବେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହେଲେ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ଅଭିନେତ୍ରୀ ଫେସବୁକ୍‌ରେ ଆତ୍ମହତ୍ୟା କରିବାକୁ ଯାଉଥିବା ନେଇ ଏକ ପୋଷ୍ଟ ଶେୟାର କରି ଜଣାଇଥିଲେ। ନିଜ ପରିବାର ଲୋକଙ୍କୁ ସେ ସିଧାସିଧା ଦାୟୀ କରି ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ। ଏହା ଦେଖି ପରିବାରଲୋକେ ଦେବୋଲିନାଙ୍କୁ ଫୋନ କରିଥିଲେ। କିନ୍ତୁ ତାଙ୍କ ଫୋନ ଲାଗି ନ ଥିଲା। ପରେ ଏନେଇ ଜାବଦପୁର ଥାନାକୁ ଜଣାଯାଇଥିଲା।

ଏହାପରେ ପୋଲିସ ତୁରନ୍ତ ନୟାବାଦ ଅଞ୍ଚଳରେ ଥିବା ହାଉସିଂ କମ୍ପ୍ଲେକ୍ସରେ ପହଞ୍ଚିଥିଲା। ଏଠାରେ ଅଭିନେତ୍ରୀ ରହୁଥିବା ଘର କବାଟ ପୋଲିସ ବାଡେଇଥିଲା। କିନ୍ତୁ କେହି ନ ଖୋଲିବାରୁ ବାଧ୍ୟ ହୋଇ କବାଟ ଭାଙ୍ଗି ପୋଲିସ ଭିତରେ ପଶିଥିଲା। ଘର ଭିତରୁ ଦେବୋଲିନାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାରା ରାତି ଚିକିତ୍ସା ପରେ ଶନିବାର ତାଙ୍କ ଚେତା ଫେରିଥିବା ସୂଚନା ମିଳିଛି। ତେବେ ଅଭନେତ୍ରୀ କିଛି ନିଦ ବଟିକା ଖାଇ ଦେଇଥିଲେ। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିନେତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଯିବେ ରାମ ଗୋପାଳ ବର୍ମା!

ମୁମ୍ବାଇ,୬।୩: ଚେକ୍‌ ବାଉନ୍ସ ମାମଲାରେ ଖ୍ୟାତନାମା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ ତାଙ୍କର ଜେଲ୍‌ଦଣ୍ଡକୁ କରିବା ଲାଗି ଦାୟର...

ଫିଲ୍ମ ଛାଡ଼ିଲେ କିଆରା

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡ଼ଭାନୀ ଫିଲ୍ମ ଛାଡ଼ିଛନ୍ତି। ପ୍ରକୃତରେ କହିବାକୁ ଗଲେ କିଆରା ଫିଲ୍ମ ଦୁନିଆ ପୂରା ଛାଡ଼ି ନାହାନ୍ତି। କିଛିଦିନ ପାଇଁ ଛାଡ଼ିଛନ୍ତି। କାରଣ...

ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ

ଲକ୍ଷ୍ନୌ,୫।୩: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସାରେ ବୟାନ ଦେଇଥିବା ସମାଜବାଦୀ ପାର୍ଟି(SP) ବିଧାୟକ ଆବୁ ଅସୀମ ଆଜମୀଙ୍କ ଅଡ଼ୁଆ କମ୍‌ ହେବାର ନାଁ ନେଉନାହିଁ। ଏହାପରଠାରୁ...

ଦୁବାଇରୁ ଡ୍ରେସ୍‌ରେ ଲୁଚାଇ ସୁନା ଆଣୁଥିଲେ ଏହି ଅଭିନେତ୍ରୀ: ମାଡ଼ିବସିଲା ପୋଲିସ

ବେଙ୍ଗାଲୁରୁ,୫।୩:କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଧରାଯାଇଥିଲା। ତଲାସି ସମୟରେ...

ହ୍ରିତିକ, ଜୁନିୟର ଏନ୍‌ଟିଆର୍‌ଙ୍କ ମଧ୍ୟରେ ଡ୍ୟାନ୍ସ ମୁକାବିଲା

ମୁମ୍ବାଇ: ଆସନ୍ତା ଅଗଷ୍ଟ ୧୪ରେ ଅଭିନେତା ହ୍ରିତିକ ରୋଶନ ଏବଂ ଜୁନିୟର ଏନ୍‌ଟିଆରଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଓ୍ବାର ୨’ ରିଲିଜ୍‌ ହେବାକୁ ଯାଉଛି।...

ବିଜୟ ବର୍ମାଙ୍କ ସହ ବ୍ରେକ୍‌ଅପ୍‌ କରିନେଲେ ତମନ୍ନା

ମୁମ୍ବାଇ: ଦିନ ଥିଲା ପ୍ରେମରେ ଉବୁଟୁବୁ ହେଉଥିଲେ। ଯିଏ ଦେଖୁଥିଲା ତାଙ୍କୁ ଯୋଡ଼ି ହେବ ତ ଏମିତି ବୋଲି କହୁଥିଲା। କିଛି ତ ଇର୍ଷା ମଧ୍ୟ...

ଭାରତୀୟ ସିନେମାରେ ଓ୍ବାର୍ନରଙ୍କ ଏଣ୍ଟ୍ରି, ଦିନକୁ ଚାର୍ଜ କୋଟିଏ; ସଲମାନଙ୍କ ସହ ହେବ ବଡ଼ ଲଢ଼େଇ…

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିୟ ଭେଟେରାନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତୀୟ ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ ଦେଇଛନ୍ତି। ସେ ପ୍ରଥମରୁ ଦକ୍ଷିଣ ଭାରତୀୟ ସିନେମାକୁ ପସନ୍ଦ କରି ଆସିଛନ୍ତି।...

ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ହାତ ଧରି ନାଚିଲେ ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଶିଳ୍ପା ସେଟ୍ଟୀଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। କିନ୍ତୁ ଦୁହିଁଙ୍କ ପ୍ରେମ କାହାଣୀ ଅଧିକ ଦିନ ତିଷ୍ଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image