ବଙ୍ଗୀୟ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ

ମହାକାଳପଡ଼ା, ୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ୩୧ ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ନେଇ ୨୦୦୯ରେ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ଏଠାରେ ୨ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ସବୁବର୍ଗର ଭୋଟର ରହିଛନ୍ତି। ବିଶେଷକରି ଆଦିବାସୀ, ବଙ୍ଗୀୟ, ସଂଖ୍ୟାଲଘୁ ଯଥା ମୁସଲିମ ଓ ଖ୍ରୀଷ୍ଟିଆନ ଭୋଟର ରହିଛନ୍ତି। ଏଠାରେ ୧୦ରୁ ଅଧିକ ପଞ୍ଚାୟତରେ ୬୦ ହଜାରରୁ ଅଧିକ ବଙ୍ଗୀୟ ଭୋଟର ଅଛନ୍ତି। ଏହି ବଙ୍ଗୀୟ ଭୋଟରମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ସେହିପରି ୨୦୦୯ରେ ନିର୍ବାଚନମଣ୍ଡଳୀ ଗଠନ ହେବା ପରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଅଦ୍ୟାବଧି ଲଗାତର ବିଜୟ ଲାଭ କରିଆସୁଛନ୍ତି। ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ପୁଣି ଅତନୁ ପ୍ରାର୍ଥୀ ହୋଇଛନ୍ତି। ହେଲେ କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଘୋଷଣାରେ ପଛରେ ପଡିଛନ୍ତି।
କଂଗ୍ରେସ ଏକଲା ଚାଲୋ ନୀତିରେ ଜିଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଚର୍ଚ୍ଚାକୁ ଆସିଛନ୍ତି। ଫଳରେ କଂଗ୍ରେସ ଦଳର କର୍ମୀମାନେ ଉତ୍ସାହିତ ହୋଇଛନ୍ତି। ଏହି ଅଞ୍ଚଳରେ ତାଙ୍କ ନିଜ ଘର ହୋଇଥିବାରୁ ତାଙ୍କ ପ୍ରାର୍ଥୀ ହେବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଦଳୀୟ କର୍ମୀମାନଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଏହି ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପାର ୮ରୁ ଅଧିକ ଆଶାୟୀ ପ୍ରାର୍ଥୀ ନେଇ ଚର୍ଚ୍ଚା ଜୋର ଧରିଛି। କାହାକୁ ଦଳୀୟ ଟିକେଟ ମିଳିବ ସେଥିପାଇଁ ଏବେ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅଙ୍କକଷାକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। ଏହି କ୍ଷେତ୍ରରୁ ଭାଜପା ମୁଖପାତ୍ର ଇଂ. ଜ୍ଞାନଦେବ ବେଉରା, ଜିଲା ଉପସଭାପତି ଯୁବନେତା ସଞ୍ଜୟ ରଥ, ଜିଲା ସଭାପତି କିଶୋର ପଣ୍ଡା, ଶିକ୍ଷାବିତ ଭୁବନ ମୋହନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ସୌଭାଗ୍ୟ କୁମାର ପରିଡ଼ା, ଦୁର୍ଗାପ୍ରସନ୍ନ ନାୟକ, ନାରୀ ନେତ୍ରୀ ଜାନକୀ ପ୍ରଧାନ ଓ ନୂତନ ଭାବେ ଦଳରେ ମିଶିଥିବା ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ଅର୍ଚ୍ଚନା ନାୟକଙ୍କ ନାମ ଆଲୋଚନା ଜୋର ଧରିଛି। ଦେଖିବାକୁ ରହିଲା ଭାଜପାର କେନ୍ଦ୍ରୀୟ କମିଟି କାହାକୁ ଟିକେଟ ଦେଉଛନ୍ତି। ବିଜେଡିର ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଭାଜପା ପ୍ରାର୍ଥୀ ମଧ୍ୟରେ ଲଢ଼େଇ ଜୋର୍‌ଦାର ହେବ ବୋଲି ଅଧିକ ଚର୍ଚ୍ଚା ହେଉଛି। କାରଣ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ସାଙ୍ଗଠନିକ ସ୍ଥିତି ବେଶ୍‌ ଭଲ ରହିଛି। ଅପରପକ୍ଷରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରା ଅବ୍ୟାହତ ରହିଛି। ବିଜେଡି ବିକାଶ କ୍ଷେତ୍ରରେ ଯଥେଷ୍ଟ ଆଗରେ ରହିଛି ବୋଲି କହିଛନ୍ତି ଦଳୀୟ ସଙ୍ଗଠନର କର୍ମକର୍ତ୍ତା। ସେହିପରି ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଗ୍ୟାରେଣ୍ଟି କହି ନିର୍ବାଚନ ବୈତରଣୀ ପାରହେବାକୁ ଭାଜପା ନେତୃମଣ୍ଡଳୀ ପ୍ରୟାସ ଆରମ୍ଭ କରିଛନ୍ତି। ଅପରପକ୍ଷରେ ହାଟ ବଜାର ଚା’ ଖଟିରେ ଏହି ନିର୍ବାଚନ ଏକ ନୂଆ ସମୀକରଣ ଓ ଉଭୟ ଦଳ ମଧ୍ୟରେ ବଡ଼ ଟକ୍କର ହେବ ବୋଲି ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri