Categories: ଜାତୀୟ

ଚତୁର୍ଥ ମହଲାରୁ ପଡ଼ି ଏୟାର ହୋଷ୍ଟେସ୍‌ଙ୍କ ମୃତ୍ୟୁ ମାମଲା: ବୟଫ୍ରେଣ୍ଡ ଧକ୍କା ଦେବା ଅଭିଯୋଗ

ବେଙ୍ଗାଲୁରୁ,୧୩।୩: କର୍ନାଟକର ବେଙ୍ଗାଲୁରୁର କୋରମଙ୍ଗଳା ଅଞ୍ଚଳର ରେଣୁକା ରେସିଡେନ୍ସିରେ ଶୁକ୍ରବାର ଜଣେ ୨୮ବର୍ଷୀୟା ଏୟାର ହୋଷ୍ଟେସ୍‌ ଅର୍ଚ୍ଚନା ଧୀମନାଙ୍କ ମୃତ୍ୟୁ ହୋଇଛି। ଏହା ମାମଲାରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚତୃର୍ଥ ମହଲାର ବାଲକୋନିରୁ ପଡ଼ି ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମା’ ସୋମବାର ଏକ ନୂଆ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ତାଙ୍କ ଝିଅକୁ ପୁରୁଷ ବନ୍ଧୁ ଧକ୍କା ଦେଇ ହତ୍ୟା କରିଛନ୍ତି। ଏହାପରେ ପୋଲିସ ପ୍ରେମୀକଙ୍କୁ ଗିରଫ କରିଛି। ମାତାପିତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି ବୋଲି ଦକ୍ଷିଣ-ପୂର୍ବ ବେଙ୍ଗାଲୁରୁ ପୋଲିସର ଡିସିପି ସି.କେ ବାବା କହିଛନ୍ତି। ତେବେ ମୃତ୍ୟ ସମୟରେ ଦୁହେଁ ଦମ୍ପତି ନିଶାରେ ଥିଲେ। ଦୁହେଁ ଏକ ଡେଣ୍ଟିଂ ଆପ ମାଧ୍ୟମରେ ୬ମାସ ପୂର୍ବରୁ ସାକ୍ଷାତକାର କରିଥିଲେ। ପ୍ରେମିକ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ମୃତକ ଅର୍ଚ୍ଚନା ଦୁବାଇରେ କାର୍ଯ୍ୟ କରୁଥିଲେ। ଉଭୟ ସେହି ଦିନ ମଧ୍ୟ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। ଏୟାର ହୋଷ୍ଟେସ୍‌ ଅର୍ଚ୍ଚନା ହିମାଚଳ ପ୍ରଦେଶର ଥିବା ବେଳେ ତାଙ୍କ ପ୍ରେମିକ କେରଳର ବୋଲି ଡିସିପି ସି.କେ ବାବା କହିଛନ୍ତି।

Share