Categories: ଜାତୀୟ

କର୍ନାଟକରେ ବନ୍ଦର ପ୍ରଭାବ, ବେଙ୍ଗାଲୁରୁରେ ୪୪ ବିମାନ ରଦ୍ଦ

ବେଙ୍ଗାଲୁରୁ,୨୯।୯: ତାମିଲନାଡୁକୁ କାବେରୀ ନଦୀର ଜଳ ଦେବାକୁ ବିରୋଧ କରି କର୍ନାଟକରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କନ୍ନଡ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ବନ୍ଦର ପ୍ରଭାବ ମଧ୍ୟ ଦେଖାଯାଇଛି। ଶୁକ୍ରବାର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ କରୁଥିବା ଅତିକମରେ ୪୪ ବିମାନ ବାତିଲ କରାଯାଇଛି। ବନ୍ଦ ଯୋଗୁ ଅନେକ ସହରରେ ଲୋକଙ୍କ ଜୀବନ ମଧ୍ୟ ପ୍ରଭାବିତ ହୋଇଛି।

ରିପୋର୍ଟ ଅନୁଯାୟୀ, ବିମାନ ବନ୍ଦର ଅଧିକାରୀମାନେ କହିଛନ୍ତି, କାର୍ଯ୍ୟକ୍ଷମ କାରଣରୁ ବିମାନ ଉଡ଼ାଣ ବାତିଲ କରାଯାଇଛି। ଯାତ୍ରୀମାନଙ୍କୁ ଏ ବିଷୟରେ ସୂଚନା ଦିଆଯାଇଛି। ତେବେ କର୍ନାଟକ ବନ୍ଦ ଯୋଗୁ ବିମାନ ଉଡ଼ାଣ ବାତିଲ କରାଯାଇଥିବା ସୂତ୍ରରୁ ପ୍ରକାଶ। ଅଧିକାଂଶ ଯାତ୍ରୀ କର୍ନାଟକ ବନ୍ଦକୁ ଧ୍ୟାନରେ ରଖି ନିଜ ଟିକେଟ ବାତିଲ କରିଦେଇଥିଲେ।

Share