Categories: ଜାତୀୟ

ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୦: କ୍ୟାବରେ ଏସି ନ ଚଳାଇବାରୁ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନି ଡ୍ରାଇଭରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆ ଜରିଆରେ କ୍ୟାବ ଡ୍ରାଇଭରଙ୍କ ବିରୋଧରେ ହଇରାଣ ହରକତ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ।

କର୍ନାଟକର କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ପାଳନ କରିବା ପାଇଁ ଗାଡ଼ିରେ ଏସି ବନ୍ଦ ରଖିଥିଲି। ସଞ୍ଜନା ମଙ୍ଗଳବାର ସନ୍ଧ୍ୟାରେ ଡୋମାଲରରୁ କ୍ୟାବ ନେଇଥିଲେ। ସେ ଗାଡ଼ିରେ ବସିବା ପରେ ଏସି ଚଳାଇବାକୁ କହିଥିଲେ। ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରିବା ପାଇଁ ମୁଁ ଏସି ବନ୍ଦ ରଖିଥିବା ତାଙ୍କୁ ଜଣାଇଥିଲି। ହେଲେ ସେ ବାରମ୍ବାର ଏସି ଅନ୍‌ କରିବାକୁ କହିବାରୁ ମୁଁ ଏୟାର କଣ୍ଡିଶନରକୁ ଲିବେଲ ୧ରେ ରଖିଥିଲି। କଣ୍ଡିଶନର ଲିବେଲକୁ ୪କୁ ବୃଦ୍ଧି କରିବା ସହ ମୋତେ ଗାଳି କରିଥିଲେ। ମୋ ବିରୋଧରେ ଅପହରଣ ଅଭିଯୋଗ କରିବେ ବୋଲି ସେ ଧମକ ଦେଇଥିଲେ ବୋଲି କ୍ୟାବ ଡ୍ରାଇଭର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Share