Advertisement

ବେଙ୍ଗାଲୁରୁ ସିଇଓଙ୍କ ପୁଅର ଅନ୍ତିମ ସଂସ୍କାର ଶେଷ

ବେଙ୍ଗାଲୁରୁ,୧୦।୧: ଏଆଇ ସିଇଓ ମା’ଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୪ ବର୍ଷୀୟା ପୁଅଙ୍କ ଅନ୍ତିମ ସଂସ୍କାର କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଶେଷ ହୋଇଛି। ମୃତ ଶିଶୁଙ୍କ ବାପା ଭେଙ୍କଟ ରମଣ ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି। ମଙ୍ଗଳବାର ପୋଷ୍ଟମର୍ଟମ ପରେ ସେ ପୁଅର ମୃତଦେହକୁ ରହୁଥିବା ଆପାର୍ଟମେଣ୍ଟକୁ ଆଣିଥିଲେ। ସେଠାରେ ସମସ୍ତ କ୍ରିୟାକର୍ମ କରାଯିବା ପରେ ରାଜାଜି ନଗରସ୍ଥିତ ହରିଶ୍ଚନ୍ଦ୍ର ଘାଟକୁ ମୃତଦେହକୁ ନିଆଯାଇଥିଲା। ସେଠାରେ ଅନ୍ତିମ ସଂସ୍କାର ଶେଷ ହୋଇଛି।

କହିରଖୁଛୁ, ୩୯ ବର୍ଷୀୟା ସୂଚନା ସେଠ ନିଜର ୪ ବର୍ଷର ପୁଅକୁ ଗୋଆରେ ହତ୍ୟା କରି ମୃତଦେହକୁ ଏକ ବ୍ୟାଗରେ ନେଇ ବେଙ୍ଗାଲୁରୁକୁ ଯାଉଥିବା ବେଳେ ଧରାପଡ଼ିଥିଲେ। ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ପ୍ରାଥମିକ ତଦନ୍ତରୁ ଏହା ଏକ ସୁନିୟୋଜିତ ହତ୍ୟା ବୋଲି ଜଣାପଡ଼ୁଥିବା ପୋଲିସ କହିଛି। ତେବେ ସ୍ବାମୀଙ୍କ ସହ ଛାଡ଼ପତ୍ରକୁ ନେଇ ସେ ଏଭଳି କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share