Categories: ଜାତୀୟ

କଂଗ୍ରେସର ଟୁଇଟର ଆକାଉଣ୍ଟ ବନ୍ଦ ଲାଗି ନିର୍ଦ୍ଦେଶ

ବେଙ୍ଗାଲୁରୁ,୭।୧୧: କଂଗ୍ରେସର ଟୁଇଟର ଆକାଉଣ୍ଟ ସାମୟିକ ଭାବେ ବନ୍ଦ କରିବା ଲାଗି ବେଙ୍ଗାଲୁରୁର ଏକ ଅଦାଲତ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ବେଳେ କନ୍ନଡ ଚଳଚ୍ଚିତ୍ର କେଜିଏଫ୍‌-୨ର ଗୀତ ବଜାଯିବାକୁ ନେଇ ଦଳ ବିରୋଧରେ ମ୍ୟୁଜିକ୍‌ କମ୍ପାନୀ କପିରାଇଟ୍‌ ଉଲ୍ଲଂଘନ ମାମଲା ଦାଏର କରିଥିଲା। ଏମ୍‌ଆରଟି ମ୍ୟୁଜିକ୍‌ ପରିଚାଳକ ଏମ୍‌. ନବୀନ କୁମାରଙ୍କ ପକ୍ଷରୁ ରାହୁଲଙ୍କ ସମେତ ୩ ଜଣ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା ଦିଆଯାଇଛି। ଏଥିରେ ଜୟରାମ ରମେଶ ଓ ସୁପ୍ରିୟା ଶ୍ରୀନେଟଙ୍କ ନାମ ରହିଛି।

Share