Categories: ଜାତୀୟ

ବଳାତ୍କାର ମାମଲାରେ ପ୍ରଜ୍ଜ୍ୱଳଙ୍କୁ ବଡ଼ ଝଟ୍‌କା

ବେଙ୍ଗାଲୁରୁ, ୨୬।୬:କର୍ନାଟକର ଚର୍ଚ୍ଚିତ ସେକ୍ସ-ସ୍କାଣ୍ଡାଲ ମାମଲାରେ ପୂର୍ବତନ ଏମ୍‌ପି ତଥା ନିଲମ୍ବିତ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍‌) ନେତା ପ୍ରଜ୍ୱଳ ରେଭନ୍ନା(୩୩)ଙ୍କ ଜାମିନ ଆବେଦନକୁ ବେଙ୍ଗାଲୁରୁର ସ୍ବତନ୍ତ୍ର ଲୋକ ପ୍ରତିନିଧି କୋର୍ଟ ବୁଧବାର ଖାରଜ କରିଛନ୍ତି। ଅନେକ ମହିଳାଙ୍କ ସହ ବଳାତ୍କାର ଓ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ପ୍ରଜ୍ୱଳ ଏବେ କର୍ନାଟକ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ହାଜତରେ ରହିଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ପ୍ରଜ୍ୱଳ କିଛି ମହିଳାଙ୍କୁ ଯୌନ ଶୋଷଣ କରୁଥିବାର ଅନେକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବାରୁ ସେ ଦେଶ ଛାଡ଼ି ଜର୍ମାନୀ ପଳାଇଥିଲେ। ଗତ ମେ’ ୩୧ରେ ଜର୍ମାନୀରୁ ଫେରିବା ପରେ ତାଙ୍କୁ ଏସ୍‌ଆଇଟି ଗିରଫ କରିଥିଲା।

Share