Categories: ଜାତୀୟ

ଓମିକ୍ରନ ଭାରିଆଣ୍ଟ ଡାକ୍ତର ସୁସ୍ଥ ହେବାପରେ ପୁଣି କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୭।୧୨: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଭାରତରେ ମଧ୍ୟ ଏହି ଭାରିଆଣ୍ଟର ୨୦ରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଓମିକ୍ରନ ଭାରିଆଣ୍ଟ ରେ ପୀଡିତ ଥିବା ବେଙ୍ଗାଲୁରୁର ଜଣେ ଡାକ୍ତର ସୁସ୍ଥ ହେବା ପରେ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଦ୍ୱିତୀୟ ଥର ପାଇଁ ଓମିକ୍ରନ ଭାରିଆଣ୍ଟରୁ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ନା ତାଙ୍କର ପୂର୍ବ ରିପୋର୍ଟଗୁଡିକ ଭୁଲ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଦେଶରେ ଓମିକ୍ରନ ସଂକ୍ରମିତ ହୋଇଥିବା ପ୍ରଥମ ଦୁଇ ପୀଡିତଙ୍କ ମଧ୍ୟରୁ ବେଙ୍ଗାଲୁରୁର ଜଣେ ଡାକ୍ତର ଥିଲେ। ଅନ୍ୟ ଏକ ମାମଲା ଦକ୍ଷିଣ ଆଫ୍ରିକାର ନାଗରିକ, ଯିଏକି କିଛି ସମୟ ପାଇଁ ଏକ ଘରୋଇ ଲ୍ୟାବରୁ ନେଗେଟିଭ୍‌ ରିପୋର୍ଟ ପାଇବା ପରେ ଦୁବାଇ ଯାଇଥିଲେ। ଏହି ସମୟରେ, ବେଙ୍ଗାଲୁରୁ ପୋଲିସ ଏହି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କହିଛି ଯେ ଗୁଜୁରାଟ ମୂଳ ଦକ୍ଷିଣ ଆଫ୍ରିକା ନାଗରିକ ଜଣଙ୍କ କ୍ୱାରାଣ୍ଟାଇନ୍‌ ନିୟମ ଭାଙ୍ଗି ଦୁବାଇ ପଳାଇଥିଲେ।

Share