Categories: ଫୁରସତ

୩୦୦ କିମି ପ୍ରତି ଘଣ୍ଟା ବେଗରେ ଚଲାଉଥିଲେ ବାଇକ୍‌, ପରେ ଏମିତି କିଛି ଘଟିଲା

ବେଙ୍ଗାଲୁରୁର ଜଣେ ଯୁବକ ୩୦୦ କିମି ପ୍ରତି ଘଣ୍ଟା ବେଗରେ ଗାଡି ଚଲାଇ ଚର୍ଚ୍ଚାକୁ ଆସିଛନ୍ତି। ଏତେ ବେଗରେ ବାଇକ ଚଲାଇବା ନିୟମ ବିରୋଧୀ ହୋଇଥିଲେ ମଧ୍ୟ ଯୁବକ ଜଣାକ ଚଲାଇ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିଥିଲେ। ଫଳସ୍ବରୂପ ପୋଲିସ ଉକ୍ତ ଯୁବକଙ୍କ ଗିରଫ କରି ତାଙ୍କ ସୁପରବାଇକ୍‌କୁ ଜବତ କରିଛି। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଲକଡାଉନରେ ୩୦୦ କିମି ପ୍ରତି ଘଣ୍ଟା ବେଗରେ ଗାଡି ଚଲାଉଥିଲେ। ଏହି ଭିଡିଓକୁ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ବ୍ଲୁବିଷ୍ଟ୪୬ ନାମକ ୟୁଜର ଜୁଲାଇ ୫ରେ ଛାଡିଥିଲେ। ପରେ ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଇଥିଲା। ଏହି ବେଙ୍ଗାଲୁରୁ ପୋଲିସ ପାଖରେ ପହଞ୍ଚିଥିଲା। ପୋଲିସ ଉକ୍ତ ଯୁବକଙ୍କ ଠିକଣା ଯୋଗାଡ କରି ତାଙ୍କ ଘରେ ପହଞ୍ଚି ଗିରଫ କରିଥିଲେ। ଏହାସହ ତାଙ୍କ ୟମାହ ୧୦୦୦ ସିସି ବାଇକ୍‌ ମଧ୍ୟ ଜବତ କରିଛି। ଉକ୍ତ ଯୁବକଙ୍କ ବାଇକ୍‌ ଚଲା ଭିଡିଓକୁ ୯ ହଜାରରୁ ଅଧିକ ଲୋକ ଲାଇକ୍‌ କରିସାରିଛନ୍ତି।

Share