Categories: ଜାତୀୟ

ବିରୋଧୀଙ୍କ ବେଙ୍ଗାଲୁରୁ ବୈଠକ ସ୍ଥଗିତ

ପାଟନା, ୩ା୭ : ବିରୋଧୀ ଦଳଗୁଡ଼ିକର ପ୍ରସ୍ତାବିତ ଦ୍ୱିତୀୟ ବୈଠକ ଜୁଲାଇ ୧୩ ଓ ୧୪ରେ ବେଙ୍ଗାଲୁରୁରେ ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ବୈଠକର ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇନାହିଁ। ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପରେ ପରବର୍ତ୍ତୀ ବୈଠକ ବସିପାରେ ବୋଲି ଜେଡିୟୁର ମୁଖ୍ୟ ମୁଖପାତ୍ର କେ.ସି. ତ୍ୟାଗୀ ରବିବାର ଗଣମାଧ୍ୟମକୁ କହିଛନ୍ତି। ଦୁଇ ପ୍ରମୁଖ ବିରୋଧୀ ଦଳ ଆର୍‌ଜେଡି ଏବଂ ଜେଡିୟୁ ବେଙ୍ଗାଲୁରୁ ବୈଠକ ତାରିଖ ଘୁଞ୍ଚାଇବା ପାଇଁ ପୂର୍ବରୁ କଂଗ୍ରେସକୁ ଅନୁରୋଧ କରିଥିଲେ। ବିହାର ବିଧାନସଭା ଅଧିବେଶନ ଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବେଙ୍ଗାଲୁରୁ ବୈଠକରେ ଯୋଗଦେଇପାରିବେ ନାହିଁ ବୋଲି କହିଥିଲେ। ବୈଠକର ଆୟୋଜକ ଥିବା କର୍ନାଟକ କଂଗ୍ରେସ ମଧ୍ୟ ମୌସୁମୀ ଅଧିବେଶନ ପାଇଁ ବୈଠକ ସ୍ଥଗିତ ରଖିବାକୁ କେନ୍ଦ୍ରୀୟ ନେତୃତ୍ୱକୁ ଅନୁରୋଧ କରିଥିଲା।

Share