Advertisement

ଶୁଦ୍ଧ ଦୁଗ୍ଧ ପାଇବାକୁ ୬ ମହଲା ଉପରେ ଗାଈ ପାଳିଲେ ବ୍ୟକ୍ତି

ବେଙ୍ଗାଲୁରୁ,୩୦।୭: ବର୍ତ୍ତମାନ ସମୟରେ ବଜାରରେ ଅଧିକାଂଶ ଜିନିଷ ନକଲି ମିଳୁଥିବାରୁ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖାଯାଇଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ନିଜେ ଶୁଦ୍ଧ ଦୁଗ୍ଧ ପାଇବାକୁ ଜଣେ ବ୍ୟକ୍ତି ୬ ମହଲା ଉପରେ ଗାଈ ପାଳନ କରି ଆସିଛନ୍ତି ଚର୍ଚ୍ଚାକୁ। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ, ପୋଲିସ, ପଶୁ ଅଧିକାରୀ ଓ କିଛି ସଂସ୍ଥାର ସହାୟତାରେ ୬ ମହଲା ଉପରୁ ଗାଈଟିକୁ ଉଦ୍ଧାର କରାଯାଇଛି। ଏହାପରେ ତାକୁ ଆଣି ଥାନାରେ ରଖାଯାଇଥିବା କୁହାଯାଉଛି। ଏହାକୁ ନେଇ ଗାଈ ମାଲିକ କହିଛନ୍ତି ସେ ପଶୁଟି ଉପରେ କୌଣସି ଅତ୍ୟାଚାର କରି ନାହାନ୍ତି ବରଂ ବିଶୁଦ୍ଧ ଦୁଗ୍ଧ ପାଇବାକୁ ସେ ଗାଈଟିକୁ ନିଜେ ରହୁଥିବା ସ୍ଥାନରେ ପାଳନ କରିଛନ୍ତି। ହେଲେ ସେ ଯେଉଁ ସ୍ଥାନରେ ରହୁଛନ୍ତି ସେଠାରେ ପଶୁ ପାଳନ ନିଷେଧ ବୋଲି କୁହାଯାଉଛି। ତେଣୁ ୬ ମହାଲା ଉପରେ ଗାଈ ପାଳନ କରିବା ଏକ ଅପରାଧ ବୋଲି ପୋଲିସ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share