Categories: ଜାତୀୟ

ଖଣି ଓ ଭୂତତ୍ତ୍ୱ ବିଭାଗ ଉପନିର୍ଦ୍ଦେଶିକାଙ୍କୁ ଛୁରି ଭୁସି ହତ୍ୟା ମାମଲା: ଧରାପଡ଼ିଲେ ଅଭିଯୁକ୍ତ

ବେଙ୍ଗାଲୁରୁ,୬।୧୧: କର୍ନାଟକ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଖଣି ଓ ଭୂତତ୍ତ୍ୱ ବିଭାଗର ୩୭ ବର୍ଷିୟା ଉପନିର୍ଦ୍ଦେଶିକା ପ୍ରତିଭାଙ୍କୁ କେତେକ ଦୁର୍ବୃତ୍ତ ଘରେ ପଶି ଛୁରି ଭୁସି ହତ୍ୟା କରିଥିଲେ। ବେଙ୍ଗାଲୁରୁ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ସୋମବାର ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି। ଗିରଫ ଡ୍ରାଇଭରଙ୍କ ନାଁ କିରଣ ବୋଲି ଜଣାପଡିଛି।

ବେଙ୍ଗାଲୁରୁ ପୋଲିସ କମିସନର୍‌ କହିଛନ୍ତି, ଗିରଫ ଅଭିଯୁକ୍ତ ଜଣକ ଡ୍ରାଇଭର୍‌ ଭାବେ ଚାକିରି କରୁଥିଲେ। ହେଲେ ସେ ୧୦ ଦିନ ତଳେ ଚାକିରିରୁ ବହିଷ୍କୃତ ହୋଇଥିଲେ। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

ଅନ୍ୟପକ୍ଷେ ଗତ ୫ ବର୍ଷ ହେବ ଠିକାରେ ସରକାରୀ ଚାକିରି କରୁଥିବା ଜଣେ କର୍ମଚାରୀ କହିଛନ୍ତି, ମହିଳା ଅଧିକାରୀ ଜଣକ ଡ୍ରାଇଭରଙ୍କୁ ଚାକିରିରୁ ବାହାର କରିଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଡ୍ରାଇଭର୍‌ ଜଣକ ମହିଳା ଅଧିକାରୀଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସେ କହିଛନ୍ତି। ଅଧିକାରୀ ପ୍ରତିମାଙ୍କୁ ହତ୍ୟା କରିବା ପରେ ଡ୍ରାଇଭର କିରଣ ବେଙ୍ଗାଲୁରୁଠାରୁ ପ୍ରାୟ ୨୦୦ କିଲୋମିଟର୍‌ ଦୂର ଚାମରାଜନଗରକୁ ଚାଲିଯାଇଥିଲେ। ପୋଲିସ ସେଠାରୁ ତାଙ୍କୁ ଗିରଫ କରିଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ମହିଳା ଅଧକାରୀ ଜଣକ ସୁବ୍ରମନ୍ୟପୋରାସ୍ଥିତ ବାସଭବନରେ ରବିବାର ଏକାକୀ ଥିଲେ। ରାତିରେ କେତେକ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ପ୍ରତିଭାଙ୍କ ଭାଇ ଶନିବାର ରାତି ଏବଂ ରବିବାର ସକାଳେ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ। ଏନେଇ ସେ ଭଉଣୀ ଘରେ ପହଞ୍ଚି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହାତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରତିମାଙ୍କ ସ୍ବାମୀ ବେଙ୍ଗାଲୁରୁଠାରୁ ପ୍ରାୟ ୩୦୦ କିଲୋମିଟର୍‌ ଦୂର ପୈତୃକ ଗାଁ ତୀର୍ଥହାଲ୍ଲିକୁ ଯାଇଥିଲେ। ଏପରିକି ପୁଅ ଏକ ଆବାସିକ ବିଦ୍ୟାଳୟରେ ରହି ପଢୁଛନ୍ତି। ତେଣୁ ଆକ୍ରମଣ ହେବା ସମୟରେ ପ୍ରତିମା କରେ ଏକାକୀ ଥିଲେ।

Share