Categories: ଖେଳ

ସ୍ପୋର୍ଟସ ଇଭେଣ୍ଟରେ ବଡ ଦୁର୍ଘଟଣା, ବାଇକ ରେସ ସମୟରେ ୧୩ ବର୍ଷୀୟ ଶ୍ରେୟସଙ୍କ ମୃତ୍ୟୁ

ବେଙ୍ଗାଲୁରୁ,୬।୮: ବେଙ୍ଗାଲୁରୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶନିବାର ଚେନ୍ନାଇର ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଏମଆରଏଫ ଏମଏମଏସସି ଏଫଏମଏସସିଆଇ ଇଣ୍ଡିଆନ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନସିପର ତୃତୀୟ ରାଉଣ୍ଡରେ ସ୍ଥାନୀୟ ଅଞ୍ଚଳର ୧୩ ବର୍ଷିୟ ପ୍ରତିଭା କୋପ୍ପାରାମ ଶ୍ରେୟସ ହରିଶ ଏହି ଦୁର୍ଘଟଣା ପରେ ଆହତ ହୋଇ ମୃତ୍ୟୁ ବରଣ କରିଛନ୍ତି।
ଏହି ଦୁଃଖଦ ଘଟଣା ପରେ ଇଭେଣ୍ଟର ପ୍ରମୋଟର ମାଡ୍ରାସ ମୋଟର ସ୍ପୋର୍ଟସ କ୍ଲବ ଶନିବାର ଏବଂ ରବିବାରରେ ଧାର୍ଯ୍ୟ ହୋଇଥିବା ରେସକୁ ବାତିଲ କରିଦେଇଛି। ଘଟଣାର ସୂଚନା ପାଇବା ପରେ ରେସିଂ ଦୁନିଆରେ ଶୋକର ଲହରୀ ଖେଳିଯାଇଛି।

ଏନଡିଟିଭିର ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋରର କେନ୍ସାରି ସ୍କୁଲର ଛାତ୍ର ଶ୍ରେୟସ ୨୬ ଜୁଲାଇ ୨୦୧୦ରେ ଜନ୍ମଗ୍ରହଣ କରିଥିଲେ। ଶ୍ରେୟାସଙ୍କୁ ଉଦୀୟମାନ ତାରକା ଭାବରେ ପ୍ରଶଂସା କରାଯାଉଥିଲା। ତାଙ୍କୁ ଏକ ଉଦୀୟମାନ ରେସର୍‌ ଭାବରେ ବିବେଚନା କରାଯାଉଥିଲା। ନ୍ୟାସନାଲ ରିଭାଲ ସହିତ ଶ୍ରେୟସ ଅନେକ ରେସରେ ଜିତିଥିଲେ। ଏହି ସିଜିନରେ ଟିଭିଏସ ୱାନ-ମେକ ଚାମ୍ପିଅନସିପ ମଧ୍ୟ ଜିତିଥିଲେ।

Share