ବେଙ୍ଗାଲୁରୁ,୧୧ ।୧୦: କର୍ନାଟକର ବେଙ୍ଗାଲୁରୁରେ ବିରିୟାନି ପ୍ରେମିଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାବୁ ମିଳିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି ବେଙ୍ଗାଲୁରର ଏକ ରେସ୍ତୋରାଁ ବାହାରେ ବିରିୟାନି ଖାଇବାକୁ ଲୋକେ ପାଖାପାଖି ୧.୫ କିଲୋମିଟର ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ଏହି ଭିଡିଓକୁ ସମାଚାର ଜେନ୍ସି ଏଏନ୍ଆଇ ଦ୍ୱାରା ଶେୟାର କରାଯାଇଛି । ଏହାକୁ ନେଇ ଜଣେ ଗ୍ରାହକ କହିଛନ୍ତି ସେ ଭୋର ପ୍ରାୟ ୪ଟା ବେଳୁ ଲାଇନରେ ଠିଆ ହୋଇଥିବା ବେଳେ ସକାଳ ୬ଟା ୩୦ରେ ତାଙ୍କୁ ବିରିୟାନି ମିଳିଛି । ତେବେ ଏଠାକାର ବିରିୟାନି ଖୁବ୍ ସ୍ୱାଦିଷ୍ଟ ଓ ଅପେକ୍ଷା କରି କିଣିନେବା ଭଳି ବିରିୟାନି ବୋଲି ଗ୍ରାହକ ଜଣକ କହିଛନ୍ତି । ଅନ୍ୟପଟେ ବିରିୟାନି ଦୋକାନର ମାଲିକ କହିଛନ୍ତି ଦୀର୍ଘ ୨୨ ବର୍ଷ ହେବ ସେ ଏହି ବ୍ୟବସାୟ କରୁଛନ୍ତି । ତାଙ୍କ ବିରିୟାନିରେ କୌଣସି ପ୍ରକାର ପ୍ରିଜରଭେଟିଭ ବ୍ୟବହାର କରାଯାଇ ନ ଥାଏ ତେଣୁ ଗ୍ରାହକ ଏହାକୁ ପସନ୍ଦ କରନ୍ତି । ଦିନକୁ ପାଖାପାଖି ସେ ହଜାର କିଲୋଗ୍ରାମର ବିରିୟାନି ପ୍ର୍ସ୍ତୁତ କରନ୍ତି ବୋଲି କହିଛନ୍ତି ।
#WATCH Karnataka: People queue up at an eatery in Hoskote to buy biryani.
A customer says, "I came here at 4 am, but got my order at 6:30 am, as there's a long queue of about 1.5 km for biryani. The food is too delicious, it's worth the wait." pic.twitter.com/ThiT3zmEM6
— ANI (@ANI) October 11, 2020