ରୋଜ କିସମର ପିଆଜରେ ରପ୍ତାନୀ ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ,୩୦।୯: ପିଆଜ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ରୋଜ କିସମର ପିଆଜ ଉପରେ ରପ୍ତାନି ଶୁଳ୍କ ହଟାଇ ଦେଇଛନ୍ତି ଭାରତ ସରକାର। ଏହି ପଦକ୍ଷେପରେ ଏକ ଲକ୍ଷ ପିଆଜ ଚାଷୀ ଲାଭବାନ ହେବେ। ଏହାଦ୍ୱାରା ପିଆଜର ସଠିକ ଦାମ ଚାଷୀଙ୍କୁ ମିଳିପାରିବ। ତେବେ ଏନେଇ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ବିଜ୍ଞପ୍ତି ଜାରି କରିଛି। କେନ୍ଦ୍ର ସରକାର କେବଳ ବେଙ୍ଗାଲୁରୁକୁ ରପ୍ତାନୀ ହେଉଥିବା ରୋଜ କିସମର ପିଆଜ ଉପରେ ରପ୍ତାନି ଶୁଳ୍କ ହଟାଇ ଦେଇଛନ୍ତି। ସରକାର ବିଜ୍ଞପ୍ତିରେ କହିଛନ୍ତି ଯେ କିଛି ସର୍ତ୍ତ ସହିତ ରପ୍ତାନି ଅନୁମତି ଦିଆଯାଇଛି।

ପିଆଜର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଗଷ୍ଟ ମାସରେ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ମୁଦ୍ରାସ୍ଫୀତିରେ ରୋକ ଲଗାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପିଆଜ ଦରରେ କିଛି ହ୍ରାସ ଘଟାଇଛି। କିଲୋଗ୍ରାମ ପିଛା ୪୦ ଟଙ୍କାରେ ଉପଲବ୍ଧ ପିଆଜ ବର୍ତ୍ତମାନ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି।
ବେଙ୍ଗାଲୁରୁରେ ଭାରତର ରୋଜ କିସମର ପିଆଜର ଅଧିକ ଚାହିଦା ରହିଛି। ତେବେ ସର୍ବାଧିକ ପିଆଜ ରପ୍ତାନି ହେଉଥିବା ଦେଶ ହେଉଛି ଥାଇଲ୍ୟାଣ୍ଡ, ତାଇୱାନ, ମାଲେସିଆ ଏବଂ ସିଙ୍ଗାପୁର।

Share