Categories: ଖେଳ

ରାଜସ୍ଥାନ ଆଗରେ ୧୯୦ ରନ୍‌ର ବିଜୟ ଟାର୍ଗେଟ୍‌

ବେଙ୍ଗାଲୁରୁ,୨୩।୪: ବେଙ୍ଗାଲୁରୁସ୍ଥିତ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୩୨ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୯ ରନ୍‌ କରିଛି। ଫଳରେ ରାଜସ୍ଥାନ ଆଗରେ ୧୯୦ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ବାଙ୍ଗାଲୋର।

ବେଙ୍ଗାଲୋର ଅଧିନାୟକ ବିରାଟ କୋହଲି ଏବଂ ଫାଫ୍‌ ଡୁପ୍ଲେସିସ ଓପନିଂ କରିଥିଲେ। ହେଲେ ଦଳକୁ ଆରମ୍ଭିକ ଝଟ୍‌କା ଲାଗିଥିଲା। ଟ୍ରେଣ୍ଡ ବୋଲ୍ଡଙ୍କ ପ୍ରଥମ ଓଭରର ବିରାଟ କୋହଲି(୦) ଆଉଟ୍‌ ହୋଇଯାଇଥିଲେ। ଦଳୀୟ ସ୍କୋର ୧୨ ରନ୍‌ରେ ସହବାଜ ଅହମଦ ୨ ରନ୍‌ କରି ଆଉଟ ହୋଇଥିଲେ। ଫଳରେ ବେଙ୍ଗାଲୋର ସଂକଟରେ ପଡିଥିଲା। ଏଭଳିସ୍ଥିତିରେ ଡୁପ୍ଲେସିସି ଏବଂ ମେକ୍ସୱେଲ ଧର୍ଯ୍ୟର ସହ ଖେଳି ୧୨୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍‌ରେ କରିଥିଲେ। ଡୁପ୍ଲେସିସି ୪୪ବଲ୍‌ରେ (୬ ଚୌକା ଏବଂ ୪ ଛକା) ୭୭ ରନ୍‌ କରିଥିଲେ। ସେହିପରି ମେକ୍ସୱେଲ ୩୯ ବଲ୍‌ରେ (୮ ଚୌକା ଏବଂ ୨ ଛକା) ୬୨ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଦିନେଶ କାର୍ତ୍ତିକ ୧୩ବଲ୍‌ରେ(୨ଚୌକା) ୧୬ ରନ୍‌ କରିଥିଲେ। ଫଳରେ ବେଙ୍ଗାଲୋର ୧୮୯ ରନ୍‌ କରିବାରେ ସକ୍ଷମ ହୋଇଥିଲା। ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ଏବଂ ସନ୍ଦୀପ ଶର୍ମା ୨ଟି ଲେଖାଏ ଉଇକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share