ବେଙ୍ଗାଲୁରୁ,୨୨।୧୦: ବର୍ତ୍ତମାନ ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ବିନା ହେଲ୍ମେଟ ଏବଂ ବନା ସିଟ୍ ବେଲ୍ଟ ଏବଂ ଦୃତ ବେଗରେ ଗାଡି ଚଳାଉଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ମୋଟା ଅଙ୍କର ଫାଇନ୍ ମଧ୍ୟ ଦେବାକୁ ପଡୁଛି। ଇତି ମଧ୍ୟରେ ବେଙ୍ଗାଲୁରୁର ଜଣେ ପୋଲିସ ଆଇନ୍ର ରକ୍ଷକ ହୋଇଥିବା ବେଳେ ସେ ଖୋଦ ଆଇନ୍ ଭଙ୍ଗ କରିଛନ୍ତି। ସେ ଅଧା ହେଲମେଟ୍ ପିନ୍ଧି ଯାଉଥିବା ବେଳେ ଟ୍ରାଫିକ ପୋଲିସ ତାଙ୍କଠାରୁ ଜରିମାନା ଆଦାୟ କରିଛନ୍ତି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁସର୍ଜମାନେ ଟ୍ରାଫିକ ପୋଲିସର ଏଭଳି କାମକୁ ପ୍ରଶଂସା କରିଛନ୍ତି।