ବେଙ୍ଗାଲୁରୁ,୩୦।୧୨: ରୁମମେଟ୍ କିମ୍ବା ଫ୍ଲାଟମେଟ୍ ଖୋଜିବା ପାଇଁ ଆପଣ କିଛି ବନ୍ଧୁଙ୍କୁ କହୁଥିବେ କିମ୍ବା ଓଏଲକ୍ସ ବା ଘର ସାମ୍ନାରେ କାର୍ଡ ଲଗାଉଥିବେ। ଘରଭଡା ଅଧିକ ଯୋଗୁ ବହୁଲୋକ ରୁମମେଟ୍ ସହ ରୁମ୍ ଶେୟାର କରି ରହିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁ ଏପରି ଏକ ସ୍ଥାନ ଯେଉଁଠି ଭଲ ଘର ମିଳିବା ଅସମ୍ଭବ ହୋଇପଡେ। ସେଥିରେ ପୁଣି ହାଇ ଚାର୍ଜ ସମସ୍ୟା ଉପୁଜାଇଥାଏ। ତେବେ ଘର କି ଫ୍ଲାଟ ମିଳିବା କେତେ କଷ୍ଟକର ସେଠାରେ ରହୁଥିବା ବାସିନ୍ଦା ହିଁ ନିଜ ଦୁଖ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ସେହି ମହିଳାଙ୍କୁ ପ୍ରଶଂସା ନ କରି ରହି ପାରିବେନି।
ବେଙ୍ଗାଲୁରୁରେ କରୁଣା ଟାଟା ନାମକ ମହିଳା ନିଜ ପାଇଁ ଫ୍ଲାଟମେଟ ଖୋଜିବା ପାଇଁ ଟିଣ୍ଡର ଏବଂ ହିଙ୍ଗେ ପରି ସୋସିଆଲ ଡେଟିଂ ଆପର ସାହାର୍ଯ୍ୟ ନେଇଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ତାଙ୍କର ଏହି କ୍ରିଏଟିଭ ଓ ମଜାଦାର ଆଇଡିଆ ଉପରେ ଉଲ୍ଲେଖ କରିଛନ୍ତି। ଟିଣ୍ଡରରେ ପ୍ରୋଫାଇଲ କ୍ରିଏଟ କରି ଆଇଡି ନାଁ ‘ଖୋଲି ନମ୍ବର ୪୨୦’ ରଖିଛନ୍ତି। ତେବେ ତାଙ୍କ ଫ୍ଲାଟକୁ ‘ଆସ୍ତେଟିକ କ୍ୱିନ’ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରୋଫାଇଲ ପେଜ୍ରେ କୋଠରୀର ଏକ ଆକର୍ଷଣୀୟ କୋଣର ଚିତ୍ର ମଧ୍ୟ ଶେୟାର କରିଛନ୍ତି।
Is this a startup idea or a peak Bengaluru moment in desparate times? Anyways meet kholi number 420 who’s on tinder to get matched with potential flatmates to replace me. @Tinder_India please make this happen. pic.twitter.com/1vBwdU9Zhb
— Karuna Tata (@starlightknown) December 21, 2023
ବାୟୋରେ ନିଜ ଫ୍ଲାଟ ବିଷୟରେ ସେ ଲେଖିଛନ୍ତି, ଏହା ସିଙ୍ଗାସାଣ୍ଡ୍ରାରେ ଅବସ୍ଥିତ ଏକ ତିନି ବଖରା ବିଶିଷ୍ଟ ଆପାର୍ଟମେଣ୍ଟ। ଏହି ଫ୍ଲାଟର ଚାରିପାଖରେ ଦୋକାନ ବଜାର ଠାରୁ ଆରମ୍ଭ କରି ମେଡିସିନ ଦୋକାନ ପର୍ଯ୍ୟନ୍ତ ଅନେକ ସୁବିଧା ଅଛି।