ବେଲପତ୍ର କେବଳ ଦେବ ଦେବ ମହାଦେବଙ୍କ ପୂଜା ପାଇଁ ଉଦ୍ଦିଷ୍ଟ ହୋଇଥାଏ ତାହା ନୁହେଁ ଏହାକୁ ସେବନ କରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମଧ୍ୟ ସହଜରେ ମୁକ୍ତି ପାଇହୁଏ ।
କୁହାଯାଏ, ନିୟମିତ କିଛିଦିନ ବେଲପତ୍ର ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣରେ ରହିଥାଏ।ସେହିପରି ବେଲପତ୍ରର ଚୁର୍ଣ୍ଣକୁ ସେବନ କଲେ କ୍ୟାନସର୍ ଜନିତ ପୀଡାରୁ ଅନେକାଂଶରେ ଉପଶମ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।
ମଧୁମେହ ରୋଗୀଙ୍କ ପାଇଁ ବି ବେଲପତ୍ର ସେବନ କରିବା ଲାଭଦାୟକ ହୋଇଥାଏ। ବେଲପତ୍ରକୁ ବାଟି ପ୍ରତ୍ୟେହ ଦୁଇ ଚାମଚ ଲେଖାଏଁ ଏହାର ରସକୁ ଖାଇଲେ ପେଟ ଜନୀତ ବିଭିନ୍ନ ସମସ୍ୟା ଯେମିତି କି ବଦହଜମୀ, ଭୋକ ନ ଲାଗିବା, ଗ୍ୟାସ୍ ସମସ୍ୟାରୁ କିଛି ମାତ୍ରାରେ ମୁକ୍ତି ମିଳିଥାଏ ।
ଆୟୁର୍ବେଦ ଅନୁସାରେ, ଥଣ୍ଡାକାଶ ହୋଇ ଜ୍ୱର ଆସିବା ସମୟରେ ଯଦି କିଛି ବେଲପତ୍ରକୁ ଆଣି ତା’ର କାଢା କରି ପିଆଯାଏ, ତା’ହେଲେ ଶରୀରକୁ ଅନେକ ଫାଇଦା ମିଳିଥାଏ ବୋଲି ସୂଚନା ରହିଛି ।