Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୭।୦୭: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରାପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ସାକ୍ଷାତ କରିଛନ୍ତି । ଗାଜାରେ ଜାରି ରହିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ସେ ଆଲୋଚନା କରିଥିବା ପ୍ରତିକ୍ରିୟାରେ କହିଛନ୍ତି । ସୂଚନା ଥାଉକି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଏବେ ଆମେରିକା ଗସ୍ତରେ ରହିଛନ୍ତି । ଏହି ସମୟରେ ତାଙ୍କୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାରେ ବଢ଼ୁଥିବା ମତଭେଦର ସାମ୍ନା କରିବାକୁ ପଡ଼ିଛି ।

ନେତାନ୍ୟାହୁ ଶୁକ୍ରବାର ଦିନ ଫ୍ଲୋରିଡାର ମାର-ଏ-ଲାଗୋରେ ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ବାସଭବନରେ ତାଙ୍କୁ ଭେଟିଛନ୍ତି। ପ୍ରାୟ ଚାରି ବର୍ଷ ମଧ୍ୟରେ ଦୁଇ ନେତା ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ଏହି ବୈଠକ ପରେ ନେତାନ୍ୟାହୁ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଆମେରିକାର ମଧ୍ୟସ୍ଥତାରେ ଯୁଦ୍ଧରେ ବିରାମ ଲାଗୁ । ନଅ ମାସ ଧରି ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ନେତନ୍ୟାହୁ ହାମାସ ସହିତ ଚୁକ୍ତିରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହେଉଛି। ତେବେ ସେ ଶୁକ୍ରବାର ଦିନ କହିଛନ୍ତି ଯେ ସେ ଅସ୍ତ୍ରବିରତି ଚୁକ୍ତି ଚାହୁଁଛନ୍ତି ଏବଂ ଏହା ଉପରେ କାର୍ଯ୍ୟ ମଧ୍ୟ କରାଯାଉଛି।

 

Share