ଇସ୍ରାଏଲ ପ୍ରଧାନମନ୍ତ୍ରୀ ଗଠନ କଲେ ନୂଆ ସରକାର, ଶପଥ ଗ୍ରହଣ ତାରିଖ ହୋଇନି ସ୍ପଷ୍ଟ

ତେଲ ଆଭିବ, ୨୨ ।୧୨: ଖୁବ୍ ଟଣା ଭିଡା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ବୁଧବାର ବିଳମ୍ବିତ ରାତିରେ ସରକାର ଗଠନ କରିବାକୁ ଘୋଷଣା କରିଛନ୍ତି । ସେ ରାଷ୍ଟ୍ରପତି ଇସହାକ ହଞ୍ଜୋଗଙ୍କୁ କହିଛନ୍ତି ୩୮ ଦିନର ମେଣ୍ଟ ବାର୍ତ୍ତା ପରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି । ଏହି ଘୋଷଣା ପରେ ଏବେ ନେତନ୍ୟାହୁ ଇସ୍ରାଏଲ ସରକାରର ମୁଖ୍ୟ ଭାବେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଟୁଇଟ କରି କହିନ୍ତି ଗତ ନିର୍ବାଚନରେ ଆମକୁ ମିଳିଥିବା ବହୁଳ ସମର୍ଥନ ପାଇଁ ଧନ୍ୟବାଦ । ମୁଁ ଏବେ ଏମିତି ଏକ ସରକାର ଗଠନ କରିବାରେ ସକ୍ଷମ ହେବି, ଯାହା ସମସ୍ତ ଇସ୍ରାଏଲି ନାଗରିକଙ୍କ ଲାଭ ପାଇଁ କାମ କରିବ । ଅଧାରାତିର ସମୟ ସୀମା ଶେଷ ହେବାର କିଛି ସମୟ ପୂର୍ବରୁ ନେତନ୍ୟାହୁ ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କୁ କରିଥିବା ଫୋନ କଲ ମାଧ୍ୟମରେ ଏହି ଘୋଷଣା କରିଥିଲେ ।
ନେତନ୍ୟାହୁ କହିଛନ୍ତି, ଆଗାମୀ ସପ୍ତାହରେ ସେ ଯେତେଶୀଘ୍ର ସମ୍ଭବ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ । ହେଲେ ସେ ଶପଥ ଗ୍ରହଣର ତାରିଖ ଘୋଷଣା କରି ନାହାନ୍ତି ।

Share