ସାଧାରଣ ନାଗରିକଙ୍କୁ ବଞ୍ଚାଇପାରେ ବିଫଳ, କିଛି ସମୟ ପାଇଁ ବନ୍ଦ ହୋଇପାରେ ଯୁଦ୍ଧ: ନେତାନ୍ୟାହୁ

ଜେରୁଜେଲମ,୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ ସହିତ ଯୁଦ୍ଧ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ହମାସ ବନ୍ଧକମାନଙ୍କୁ ମୁକ୍ତ ନ କରନ୍ତି ସେ ପର୍ଯ୍ୟନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ହେବ ନାହିଁ। ତେବେ ଅଳ୍ପ ସମୟ ପାଇଁ ଯୁଦ୍ଧ ବନ୍ଦ କରିବାକୁ ସେ ରାଜି ହୋଇଛନ୍ତି। ଏକ ସାକ୍ଷାତକାରରେ ନେତାନ୍ୟାହୁ କହିଛନ୍ତି , ମାନବିକତାକୁ ବିଚାରକୁ ନେଇ ଯୁଦ୍ଧ କିଛି ସମୟ ପାଇଁ ବନ୍ଦ ହୋଇପାରିବ। ସେ କହିଛନ୍ତି, ପୂର୍ବରୁ ମଧ୍ୟ କିଛି ସମୟ ପାଇଁ ଯୁଦ୍ଧ ବନ୍ଦ କରିସାରିଛୁ। ଯୁଦ୍ଧକୁ ଏକ ଘଣ୍ଟା କିମ୍ବା ଦୁଇ ଘଣ୍ଟା ପାଇଁ ବନ୍ଦ କରାଯାଇପାରିବ, ଯାହାଦ୍ୱାରା ମାନବିକ ସହାୟତା ପଠାଯାଇପାରିବ।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସଙ୍କ ଆକ୍ରମଣ ସମ୍ପର୍କରେ ଏକ ସାକ୍ଷାତକାରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ ପଚରାଯାଇଥିଲା କି ସେ ଏହି ଆକ୍ରମଣକୁ ସରକାର ଏବଂ ଗୁପ୍ତଚର ବିଭାଗର ବିଫଳତା ବୋଲି ଭାବୁଛନ୍ତି କି? ନେତାନ୍ୟାହୁ କହିଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କର ଏକ ଦାୟିତ୍ୱ ଅଛି ଏବଂ ନିଶ୍ଚିତ ଭାବେ ଆମେ ସେହି ଦାୟିତ୍ୱ ପୂରଣ କରିନାହୁଁ।

ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ୧୪୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ତାଙ୍କର ସେନା ଏବଂ ସୁରକ୍ଷା ମୁଖ୍ୟଙ୍କୁ ହମାସ ଆକ୍ରମଣ ପାଇଁ ଦାୟୀ କରିଥିଲେ, ଯଦିଓ ପରେ ଏହାକୁ ସମାଲୋଚନା ପରେ ହଟାଇ ଦିଆଯାଇଥିଲା । ନେତାନ୍ୟାହୁ ଏକ ପୋଷ୍ଟରେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ।

Share