‘ସମସ୍ତଙ୍କ ପାଇଁ ହେବି ପ୍ରଧାନମନ୍ତ୍ରୀ’: ନେତନ୍ୟାହୁ

ଜେରୁଜେଲମ,୧୪ ।୧୧: ଇସ୍ରାଏଲର ରାଷ୍ଟ୍ରପତି ଆଇଜ୍ୟାକ ହର୍ଜୋଗ ରବିବାର ଅର୍ଥାତ୍ ନଭେମ୍ବର ୧୩ରେ ନୂଆ ସରକାର ଗଠନ ପାଇଁ ଅଫିସିଆଲି ବେନଜାମିନ ନେତନ୍ୟାହୁଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ଏହି ନିମନ୍ତ୍ରଣ ପାଇବା ପରେ ନେତନ୍ୟାହୁ କହିଛନ୍ତି, ‘ସବୁ ଲୋକଙ୍କ ପ୍ରଧାନମନ୍ତ୍ରୀ’ ହେବି ।
ସୂଚନାଯୋଗ୍ୟ, ନଭେମ୍ବର ୧ରେ ହୋଇଥିବା ନିର୍ବାଚନର କିଛିଦିନ ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଥିଲା କି ନେସେଟ(ଇସ୍ରାଏଲ ସଂସଦ)ର ୬୪ ସଦସ୍ୟଙ୍କ ସମର୍ଥନ ହାସଲ କରିଥିବା ନେତନ୍ୟାହୁଙ୍କୁ ଆଗାମୀ ସରକାର ଗଠନ ପାଇଁ ଦାୟିତ୍ୱ ଦିଆଗଲା । ଗତ ୪ ବର୍ଷ ମଧ୍ୟରେ ଦେଶରେ ଏହା ପଞ୍ଚମ ନିର୍ବାଚନ ଥିଲା । ହର୍ଜୋଗ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବୈଠକରେ ନେତନ୍ୟାହୁଙ୍କୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି ।

Share