ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବେଞ୍ଜାମିନ୍‌ ନେତ୍‌ନ୍ୟାହୁ

ଜେରୁଜେଲମ,୨୯।୧୨: ଦକ୍ଷିଣପନ୍ଥୀ ନେତା ବେଞ୍ଜାମିନ୍‌ ନେତ୍‌ନ୍ୟାହୁ ପୁଣି ଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗୁରୁବାର ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଗୋପନୀୟତାର ଶପଥ ପାଠ କରିଥିଲେ। ଷଷ୍ଠ ଥର ପାଇଁ ସେ ଇସ୍ରାଏଲରେ ସରକାର ଗଠନ କରିଛନ୍ତି। ପୁନର୍ବାର କ୍ଷମତାକୁ ଫେରିବା ତାଙ୍କ ଶକ୍ତିକୁ ଦର୍ଶାଉଛି। ଶପଥ ଗ୍ରହଣ କରିବା ପୂର୍ବରୁ ସେ କହିଥିଲେ, ଆରବ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯିବ। ଏଥିସହ ଇରାନର ଆଣବିକ କାର୍ଯ୍ୟକ୍ରମ ବନ୍ଦ କରିବା ତାଙ୍କର ଅନ୍ୟତମ ମୁଖ୍ୟ କାର୍ଯ୍ୟ। ଏତଦ୍‌ବ୍ୟତୀତ ସେ ଇସ୍ରାଏଲର ସାମରିକ କ୍ଷମତା ମଧ୍ୟ ର୍ନିମାଣ କରିବାକୁ ଚାହୁଁଛନ୍ତି ବୋଲି ନେତ୍‌ନ୍ୟାହୁ କହିଛନ୍ତି। ତାଙ୍କ ସରକାର ଇସ୍ରାଏଲ ଇତିହାସରେ ସବୁଠାରୁ ଦକ୍ଷିଣପନ୍ଥୀ ଏବଂ ଧାର୍ମିକ ବୋଲି ବିବେଚନା କରାଯାଏ। ସୂଚନା ମୁତାବକ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ଭଲ ବନ୍ଧୁତା ରହିଛି। ନେତ୍‌ନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଗସ୍ତ କରିଥିଲେ। ପ୍ରୋଟୋକଲ ଅତିକ୍ରମ କରି ସେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ। ସେହି ଦିନକୁ ସେ ଐତିହାସିକ ଦିନ ବୋଲି କହିଥିଲେ। ୧୯୯୬ରେ ୭୩ବର୍ଷୀୟ ନେତ୍‌ନ୍ୟାହୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୯ରୁ ୨୦୨୧ପର୍ଯ୍ୟନ୍ତ ବେଞ୍ଜାମିନ୍‌ ନେତ୍‌ନ୍ୟାହୁ ପ୍ରଧାନମନ୍ତ୍ରୀ ରହିସାରିଛନ୍ତି।

Share